ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଗୋହୀରାପଦର ଆଗକୁ ଥିବା ରେଳବାଇ ଗେଟ ଫାଟକ ନିକଟସ୍ଥ ଏକ ଝୁଲାରେ ବରଗଡରୁ କୁଣ୍ଡା ନେଇ ବିଶାଖାପାଟଣା ଯାଉଥିବା ଏପି-୩୯ ଟି ୯୬୬୬ ନମ୍ବର ବିଶିଷ୍ଟ ଏକ ଟ୍ରକ ଗତ ୨ ଅପ୍ରେଲ ୫.୩୦ ସମୟରେ ରାସ୍ତା ପାର୍ଶ୍ବସ୍ଥ ଏକ ବଡ ଗର୍ତ୍ତରେ ପଡି ଚୁରମାର ହୋଇ ଯାଇଥିଲା । କାରଣରୁ ଜଣା ପଡିଥିଲା ଯେ, ଡ୍ରାଇଭରର ଆଖି ଲାଗି ଯାଇଥିବା ହେତୁ ଟ୍ରକଟି ରାସ୍ତା ପାଶ୍ୱସ୍ଥ ଝୁଲା (ବଡ ଗର୍ତ୍ତ)ରେ ଖସି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣା ସ୍ଥଳରେ ହେଲପରର ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲା । ହେଲେ ଟ୍ରକଟି ଗଭୀର ଗର୍ତ୍ତ ଭିତରେ ପଡି ଚୁରମାର ହୋଇଯାଥିଲା । ଟ୍ରକର ଦେହ, ମୁଣ୍ଡ ଓ ଚକ ସବୁ ଅଲଗା ଅଲଗା ହୋଇ ଯାଇଥିଲା । ଦୀର୍ଘ ୧୧ ଦିନ ପରେ ଆନ୍ଧ୍ର ପ୍ରଦେଶର ଉକ୍ତ ଟ୍ରକ ମାଲିକ ଆସି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଟ୍ରକ ଟିକୁ କ୍ରେନ ମାଧ୍ୟମରେ ଗର୍ତ୍ତ ମଧ୍ୟରୁ ଉଦ୍ଧାର କରି ନେଇଯାଇଥିବା ଜଣା ପଡ଼ିଛି ।