ରାଜସ୍ଵ ବିଭାଗକୁ ଲୋକାଭିମୁଖୀ କରିବାକୁ ଅତିରିକ୍ତ ଶାସନ ସଚିବଙ୍କ ଆହ୍ବାନ

ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଦିନିକିଆ ନୂଆପଡ଼ା ଗସ୍ତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା: ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ନୂଆପଡ଼ା ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ । ମଙ୍ଗଳବାର ସକାଳେ ଖରିଆର ତହସିଲ ଅଧିନ ବିଭିନ୍ନ ରାଜସ୍ବ ନିରୀକ୍ଷକ ସର୍କଲ ପରିଦର୍ଶନ କରିଥିଲେ । ସେଠାରେ ରାଜସ୍ବ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଭେଟି ସମସ୍ୟା ପଚାରି ବୁଝିବା ସହ ସ୍ଥିତ ଅନୁଧ୍ୟାନ କରିଥିଲେ । ଅପରାହ୍ନ ୪ ଟା ରେ ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ଆଭାସି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅତିରିକ୍ତ ଶାସନ ସଚିବ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ସ୍ବଧାଦେଵ ସିଂ, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଉପଜିଲ୍ଲାପାଳ ତରାଣୀସେନ ନାଏକ, ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦିକିଶୋର ତାଣ୍ଡି ସମେତ ସମସ୍ତ ତହସିଲଦାର ମାନେ ଯୋଗ ଦେଇଥିଲେ । ଅନ୍ୟପକ୍ଷରେ ଜିଲ୍ଲାର ସମସ୍ତ ତହସିଲ ସ୍ତରରେ ନିୟୋଜିତ ରାଜସ୍ବ ନିରୀକ୍ଷକ, ଅମିନ ମାନେ ଆଭାସି କାର୍ଯ୍ୟକ୍ରମରେ ଯୋଗଦେଇ ତୃଣମୂଳ ସ୍ତରର ସମସ୍ୟାକୁ ଅତିରିକ୍ତ ସଚିବ ଶ୍ରୀ ସାହୁଙ୍କ ଠାରେ ଉପସ୍ଥାପନ କରିଥିଲେ । ସଚିବ ଶ୍ରୀ ସାହୁ ସମସ୍ତ ତୃଣମୂଳ ସ୍ତରର ଚାଷୀ, ମୂଲିଆ, ଖଟିଖିଆଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ କରି ସରକାରଙ୍କୁ ଲୋକାଭିମୁଖୀ କରିବା ସହ ପ୍ରିୟଭାଜନ ହେବାକୁ ଆହ୍ବାନ କରିଥିଲେ । ତେବେ ପ୍ରଥମ କରି ସଚିବ ଶ୍ରୀ ସାହୁ ଆଭାସି କାର୍ଯ୍ୟକ୍ରମରେ ରାଜସ୍ଵ ବିଭାଗର ତଳ ସ୍ତରର କର୍ମଚାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଏଥିରେ କର୍ମଚାରୀ ମାନେ ନିଜ ସମସ୍ୟା ଉପସ୍ଥାପନ କରିଥିବାରୁ ନିଜ କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ଦେଖିବାକୁ ମିଳିଛି । ଡିଆଡ଼ିଏ ବରିଷ୍ଠ କିରାଣୀ ବିଭୁଦତ୍ତ ମିଶ୍ର କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ । ଆଜି ସଚିବ ଶ୍ରୀ ସାହୁ ବଲାଙ୍ଗୀର ଓ ସୋନପୁର ଜିଲ୍ଲା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।

Omkar Vasthu
Omkar Vasthu

ରିପୋର୍ଟ: ମହେନ୍ଦ୍ର ବାଗ (ରାହୁଲ), ନୂଆପଡା ଜିଲ୍ଲା ପ୍ରତିନିଧି

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.