ପିତବାସପୁର ସ୍କୁଲ ପରିଦର୍ଶନ କଲେ ବ୍ଲକ ଉପାଧ୍ୟକ୍ଷ ରାଜିବ ଅଗ୍ରୱାଲ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଲଡୁଗାଁ ପଞ୍ଚାୟତ ଅନ୍ତର୍ଗତ ପିତାବାସପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି କୋକସରା ବ୍ଳକ ଉପାଧ୍ୟକ୍ଷ ରାଜିବ କୁମାର ଅଗ୍ରୱାଲ । ଏହି ଅବସରରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟଧର ବାଗଙ୍କ ସଭାପତିତ୍ୱରେ ଏକ ସଭାର ଆୟୋଜନ କରାଯାଇ ଉପାଧ୍ୟକ୍ଷଙ୍କୁ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ବିଦ୍ୟାଳୟର ଉନ୍ନତିକରଣ ପାଇଁ ସ୍କୁଲ ଚାରିପଟ ବାଡ ସଂପୂର୍ଣ୍ଣ କରିବା, ପୁରଣା ପରିତ୍ୟକ୍ତ ସ୍କୁଲ ଭାଙ୍ଗି ନୂତନ କୋଠା ନିର୍ମାଣ କରିବା, ଏକ ନଳକୂପ ଖନନ କରି ମୋଟର ବ୍ୟବସ୍ଥା କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । କାର୍ଯ୍ୟକ୍ରମକୁ ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ମୁଣ୍ଡ ସଂଯୋଜନା କରିଥିବାବେଳେ ଶିକ୍ଷକ ଚନ୍ଦ୍ରଶେଖର ସାହୁ ସହଯୋଗ କରିଥିଲେ । ସଭାରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.