ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ପି.ଏଚ.ଡି କଲୋନୀ ସ୍ଥିତ ମାଁ ଦଣ୍ଡକାଳୀ ପୀଠରେ ମେରୁ ସଂକ୍ରାନ୍ତି ତଥା ବିଷୁବ ସଂକ୍ରାନ୍ତି ପାଳିତ ହୋଇଯାଇଅଛି । ମେରୁ ସଂକ୍ରାନ୍ତି ଅବସରରେ କୋରାପୁଟର ପାରମ୍ପରିକ ଦଣ୍ଡ ଯାତ୍ରା ଉଦଯାପିତ ହୋଇଯାଇଅଛି । ଏହି ମେରୁ ଯାତ୍ରା କୋରାପୁଟର ଏକ ବଡ଼ ପରମ୍ପରା ହୋଇଥିବାରୁ ମେରୁ ଯାତ୍ରା ହୋଇଅଛି । ଏହି ଦିନ ଦଣ୍ଡୁଆ ଭାଈ ମାନେ ଭକ୍ତିର ସହ ମାଁ ଦଣ୍ଡ କାଳୀଙ୍କୁ ସ୍ମରଣ କରି ଧୂଳି ଦଣ୍ଡ, ପାଣି ଦଣ୍ଡ ସାରିବା ପରେ ମାଁଙ୍କ ପୂଜାରୀ ମାଁ ଦଣ୍ଡ କାଳୀଙ୍କୁ ଆବାହନ କରି ରୀତିନୀତି ଅନୁସାରେ ମେରୁ କାର୍ଯ୍ୟ ସମାପ୍ତ କରିଥିଲେ । ତେବେ ଆଜି ପଣା ସଂକ୍ରାନ୍ତି ଉପଲକ୍ଷେ କୋରାପୁଟ ସ୍ଥିତ ପି.ଏଚ.ଡି କଲୋନୀ ସ୍ଥିତ ଦଣ୍ଡକାଳୀ ପୀଠରେ ଭକ୍ତ ତଥା ଶ୍ରଦ୍ଧାଳୁ ଆସି ମାଁ ଦଣ୍ଡକାଳୀଙ୍କୁ ଦର୍ଶନ କରି ଖୁସି ହୋଇଥିବା ଦେଖା ଦେଇଅଛି । ବିଗତ ଦୁଇ ବର୍ଷ ଧରି ସରକାରଙ୍କ କରୋନା କଟକଣା ଯୋଗୁଁ ଏହା କେବଳ ପ୍ରତୀକାତ୍ମକ ପାଳନ ହୋଇଥିବା ବେଳେ ଏଥର ଶ୍ରଦ୍ଧାଳୁ ଉତ୍ସବମୁଖର ହୋଇ ଉଠିଅଛନ୍ତି ।