ତୃତୀୟ ଥର ପାଇଁ ଟେନିସରୁ ଅବସର ନେଲେ କିମ୍ କ୍ଲାଇଷ୍ଟର୍ସ

ଓଡ଼ିଆ ବାର୍ତ୍ତା/ ଲଣ୍ଡନ : ବିଶ୍ୱର ପୂର୍ବତନ ଏକ ନମ୍ବର ମହିଳା ଟେନିସ ଖେଳାଳି କିମ୍ କ୍ଲାଇଷ୍ଟର୍ସ ତୃତୀୟ ଥର ପାଇଁ ଅବସର ଘୋଷଣା କରିଛନ୍ତି । ୩୮ ବର୍ଷୀୟ ଏହି ବେଲଜିୟମ ଷ୍ଟାର ଖେଳାଳି କହିଛନ୍ତି ପିଲାଙ୍କ ଟିଫିନ ପ୍ରସ୍ତୁତ କରିବା ପାଇଁ ମୁଁ ବାଧ୍ୟ ହୋଇ ଅବସର ନେଉଛି । ଏହା ପୂର୍ବରୁ ୨୦୦୭ରେ ପରିବାର ଆରମ୍ଭ କରିବା ପାଇଁ ସେ ପ୍ରଥମେ ଅବସର ନେଇଥିଲେ । ୨୦୦୯ରେ ସେ କୋର୍ଟକୁ ଫେରିବା ସହ ୩ଟି ଗ୍ରାଣ୍ଡ ସ୍ଲାମ ଜିତିଥିଲେ । ୨୦୧୨ରେ ଦ୍ୱିତୀୟ ଥର ପାଇଁ ଟେନିସକୁ ଅଲବିଦା କହିଥିଲେ । ୨୦୨୦ରେ ସେ ପୁଣି ର‌୍ୟାକେଟ ଧରିଥିଲେ । କିମ୍ ତାଙ୍କ ପତି ବ୍ରାଇନ ଏବଂ ୩ଟି ପିଲାଙ୍କ ସହ ବେଲଜିୟମ ଛାଡି ନ୍ୟୁ ଜର୍ସିରେ ରହୁଛନ୍ତି । ପରିବାର ସହ ସମୟ କାଟିବା ମୋ ପାଇଁ ସବୁଠାରୁ ଜରୁରୀ ବୋଲି ସେ କହିଛନ୍ତି । ତେବେ ଏହା ପରେ ତାଙ୍କର ଟେନିସ ପ୍ରତ୍ୟାବର୍ତ୍ତନ କରିବା ସମ୍ଭାବନା କ୍ଷୀଣ ବୋଲି ଅନୁମାନ କରାଯାଉଛି ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.