କଳାହାଣ୍ଡି କପ କ୍ରିକେଟ: ଭୁବନେଶ୍ୱର ଏ, ସୁନ୍ଦରଗଡ, କଟକ ବି ବିଜୟୀ

ଓଡ଼ିଆ ବାର୍ତ୍ତା/ କଟକ:ଟକରେ ଚାଲିଥିବା କଳାହାଣ୍ଡି କପ କ୍ରିକେଟରେ ଭୁବନେଶ୍ୱର ଏ, ସୁନ୍ଦରଗଡ, କଟକ ବି, ଝାରସୁଗୁଡା, କଟକ ଏ ଓ ଯାଜପୁର ସେମାନଙ୍କ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ପ୍ରଥମ ମ୍ୟାଚରେ ଇଷ୍ଟକୋଷ୍ଟ ରେଲୱେ ୨୪୦ ରନର ବିଜୟ ଲକ୍ଷ୍ୟ ଭୁବନେଶ୍ୱର ଏ ସମ୍ମୁଖରେ ରଖିଥିଲା । ଅନୁରାଗ ଷଡଙ୍ଗୀ (୭୯) ଓ ଶାନ୍ତନୁ ମିଶ୍ର(୬୨) ଅର୍ଦ୍ଧଶତକ ସହାୟତାରେ ୪୮.୨ ଓଭରରେ ୮ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଅନ୍ୟ ଏକ ମୁକାବିଲାରେ ସୁନ୍ଦରଗଡ ୪ ୱିକେଟରେ ଖୋର୍ଦ୍ଧାକୁ ପରାସ୍ତ କରିଛି । ଖୋର୍ଦ୍ଧା ପ୍ରଥମେ ବ୍ୟାଟିଂ କରି ୨୨୮ରନ କରିଥିଲା । ୱାଲଟର ଟପ୍ପୋଙ୍କ ୧୦୯ ରନର ଇନିଂସ ବଳରେ ସୁନ୍ଦରଗଡ ୩୬.୫ ଓଭରରେ ମ୍ୟାଚକୁ ଜିତି ନେଇଥିଲା । ତୃତୀୟ ମ୍ୟାଚରେ କଟକ ବି ବୋଲିଂର ଉଚିତ ମୁକାବିଲା କରି ନ ପାରି ସମ୍ବଲପୁର ୩୧.୫ ଓଭରରେ ୧୩୬ ରନ କରି ଅଲଆଉଟ ହୋଇ ଯାଇଥିଲା । ରମେଶ ବେହେରା ୫ଟି ୱିକେଟ ନେଇଥିଲେ । କଟକ ବି ୩୭.୫ ଓଭରରେ ୮ ୱିକେଟ ହରାଇ ମ୍ୟାଚରେ ବିଜୟ ହାସଲ କରିଥିଲା । ସେହିପର ଝାରସୁଗୁଡା ୧୩୯ ରନରେ ମୟୂରଭଞ୍ଜକୁ ଓ ଯାଜପୁର ୧୩୬ ରନରେ ଭୁବନେଶ୍ୱର ବିକୁ ହରାଇ ଦେଇଛି । କଟକ ଏ ୧୭୪ ରନରେ ରାଉରକେଲାକୁ ପରାସ୍ତ କରିଛି । କଟକ ଏର ରାଜେଶ ଧୂପର ୯୩ ରନର ଇନିଂସ ଖେଳିଥିଲେ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.