ପିଣ୍ଡ ସ୍ଥାପନ ଓ ଅଷ୍ଟପ୍ରହରୀ ନାମ ଯଜ୍ଞ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରି ଗ୍ରାମରେ ମାଁ ତାରିଣୀ ସାର୍ବଜନୀନ ଯଜ୍ଞ କମିଟି ତରଫରୁ ନୂତନ ତାରିଣୀ ମନ୍ଦିର ପ୍ରତିଷ୍ଠା ଓ ପିଣ୍ଡ ସ୍ଥାପନ କାର୍ଯ୍ୟକ୍ରମ ବୈଦିକ ରୀତି ନୀତିରେ ଶେଷ ହୋଇ ଯାଇଛି । ଏହା ସହିତ ହନୁମାନ ଜୟନ୍ତୀ ସାଙ୍ଗକୁ ଅଷ୍ଟପ୍ରହରୀ ନାମ ଯଜ୍ଞ ବିଧି ମତେ ସମ୍ପନ୍ନ ହୋଇ ଯାଇଛି । ତାରିଣୀ ମନ୍ଦିର ମୁଖ୍ୟ ପୂଜକ ମକ୍ରମ ମଲ୍ଲିକ ଓ ବ୍ରଜ ସୁନ୍ଦର ଅଘ୍ରିଆଙ୍କ ପୂଜା ଅର୍ଚ୍ଚନାରେ ମାଁ ତାରିଣୀ ମନ୍ଦିର ପ୍ରତିଷ୍ଠା ଓ ପ୍ରାଣ ପ୍ରତିଷ୍ଠା କରଯାଇଥିଲା । କମିଟିର ପ୍ରତ୍ୟକ୍ଷ ତତ୍ୱାବଧାନରେ ମହାପ୍ରାସାଦ ଭୋଗର ବ୍ୟବସ୍ଥା କରାଯାଇ ଶହ ଶହ ଭକ୍ତ ମାନଙ୍କୁ ପ୍ରସାଦସେବନ ବ୍ୟବସ୍ଥା କରାଯାଇଥିଲା । ଏଥିରେ କମିଟିର ମୁଖ୍ୟ ସଦସ୍ୟ ପାଦୁକା ଅଘ୍ରିଆ, କୃଷ୍ଣ ଅଘ୍ରିଆ , ଚତୁର୍ଭୁଜ ଅଘ୍ରିଆ, ଗଡବର ଅଘ୍ରିଆ, ମୁଖ୍ୟ କାର୍ଯ୍ୟକର୍ତ୍ତା ମାର୍କଣ୍ଡ ପରି, ପଙ୍କଜ ସାହୁ, ବଳରାମ ସାହୁ, ରାଇଚନ ଅଘ୍ରିଆ, ଆଶ୍ୱିନ ମଲ୍ଲିକ, ଖଗେଶ୍ବର ଅଘ୍ରିଆ ଏବଂ ସମସ୍ତ ଗ୍ରାମବାସୀ ସହିତ ମାନଝରି ସରପଞ୍ଚ ଜଗୁଜିବନ ଅଘ୍ରିଆ ପ୍ରମୁଖ ସହଯୋଗ କରିଥିଲେ ।





