ଫିଲିଫାଇନ୍‌ସରେ ବାତ୍ୟା ‘ମେଗି’ର ତାଣ୍ଡବଲୀଳା: ୧୩୮ ମୃତ

ଓଡ଼ିଆ ବାର୍ତ୍ତା/ ମାନିଲା: ଲଗାତାର ୭ ଦିନ ହେବ ଉଷ୍ମମଣ୍ଡଳୀୟ ବାତ୍ୟା ‘ମେଗି’ ଫିଲିଫାଇନ୍‌ସରେ ତାଣ୍ଡବଲୀଳା ରଚୁଛି । ଏତେ ଦିନ ଧରି ଲଗାତାର ବର୍ଷା ସାଙ୍ଗଙ୍କୁ ବିଭିନ୍ନ ସ୍ଥାନରେ ପାଣି ଭରିଯିବା କାରଣରୁ ସେଠାରେ ଭୂସ୍ଖଳନ ଦେଖାଯାଇଛି । ଏଥିରେ ବିଭିନ୍ନ ସ୍ଥାନରୁ ୧୩୮ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଲେଇଟେ ରାଜ୍ୟରେ ସର୍ବାଧିକ ୧୩୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବାଏବାଏ ନଗରୀ ସରକାର ଦେଇଥିବା ରିପୋର୍ଟରେ ଅନୁସାରେ, କେତେକ ଗ୍ରାମ ଓ ନଗରୀରେ ହୋଇଥିବା ଭୂସ୍ଖଳନରୁ ଏପର୍ଯ୍ୟନ୍ତ ୧୦୧ଜଣଙ୍କ ଶବ ଉଦ୍ଧାର କରାଯାଇଛି । ଲେଇଟେ ପ୍ରଦେଶର ଆବାୟଗ୍‌ ନଗରୀରୁ ୩୧, ସମର ପ୍ରଦେଶରୁ ୧ଜଣ ଏବଂ ସିବୁ ପ୍ରଦେଶରୁ ୨ଜଣଙ୍କ ଶବ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ, ଗତ ରବିବାର ପୂର୍ବ ଏସୀୟର ପୂର୍ବ -ଦକ୍ଷିଣ ଉପକୂଳରେ ଏକ ଘୂର୍ଣ୍ଣିଝଡ଼ ଅତିକ୍ରମ କରିଥିଲା । ଏହାର କାରଣରୁ ଫିଲିଫାଇନ୍‌ସରେ ଘଣ୍ଟା ପ୍ରତି ୬୫ କିଲୋମିଟରରେ ପବନ ଅତିବାହିତ ହୋଇଥିଲା । ଏଥିରେ ଘରର ଛାତ, ବିଦ୍ୟୁତ ଖୁଣ୍ଟ, ଗାଡ଼ି ଆଦି ପବନରେ ଉଡ଼ିଯାଇଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ରାସ୍ତାଘାଟ ଓ ଘର ମଧ୍ୟରେ ପାଣି ପସିଯାଇଥିଲା । ଫଳରେ ଲୋକ ଉଚ୍ଚ ସ୍ଥାନକୁ ପଳାଇଥିଲେ । ଅନ୍ୟପକ୍ଷରେ କେତେକେ ଲୋକ ଘର ମଧ୍ୟ ଫସି ଯାଇଥିଲେ । ଝଡ଼ ‘ମେଗି’ ଚଳିତ ବର୍ଷର ପ୍ରଥମ ଝଡ଼ ରୂପେ ଫିଲିଫାଇନ୍‌ସରେ ଧକା ହୋଇଛି । ଆକଳନ ଅନୁଯାୟର, ବର୍ଷକୁ ପ୍ରାୟ ୨୦ଟି ଝଡ଼ ଫିଲିଫାଇନ୍‌ସ ଦୀପପୁଞ୍ଜରେ ଦେଖାଯାଏ ।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.