ୟୁକ୍ରେନ ଓ ରୁଷିଆରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ସାମୁହିକ ପ୍ରାଥନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ୟୁକ୍ରେନ ଓ ରୁଷିଆ ଦେଶରେ ଶାନ୍ତି ପ୍ରତିଷ୍ଠା ନିମନ୍ତେ ଏକ ସାମୁହିକ ପ୍ରାଥନା ସଭା ସ୍ଵେଛାସେବୀ ଅନୁଷ୍ଠାନ ‘ସେବା ଜଗତ’ ଅନୁକୂଲ୍ୟରେ ଅନୁଷ୍ଠାନର ବୁରାଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶରୁ ୧୧ ଟି ଜିଲ୍ଲାର ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ସ୍ଥାନୀୟ ସାମ୍ବାଦିକ ବନ୍ଧୁ, ଗଣମାଧ୍ୟମର କର୍ମକର୍ତା ତଥା ମ.ରାମପୁର ସିଆରପିଏଫ କ୍ୟାମ୍ପରୁ ମୋଟ ୮୦ ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ଉଦ୍ଧେଷ୍ୟରେ ଦୀପ ପ୍ରଜ୍ବଳନ ପୂର୍ବକ ସର୍ବ ଧର୍ମ ପ୍ରାଥନା ପାଠ କରାଯାଇ ୫ ମିନିଟ ନିରବ ପାର୍ଥନା କରାଯାଇଥିଲା । ଏହାପରେ ସେବା ଜଗତ ଅନୁଷ୍ଠାନର ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ପହଁଞ୍ଚିବା ସହିତ ଦୁଇ ଦେଶ ମଧ୍ୟରେ ଶାନ୍ତି ପୁର୍ଣ୍ଣ ସମାଧାନ ନିମନ୍ତେ ଅପିଲ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.