ଏବର୍ଷ ଗ୍ରୀଷ୍ମରେ ବି ପାଠପଢା, ମାତ୍ର ଦଶ ଦିନ ଖରାଛୁଟି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: କରୋନା ଯୋଗୁଁ ପିଲାଙ୍କ ପାଠପଢାରେ ବ୍ୟାଘାତ ହୋଇଥିବାରୁ ଏବର୍ଷ ଖରାଛୁଟିକୁ କମାଇ ଦିଆଯାଇଛି। ଏନେଇ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଏଥିରେ କହାଯାଇଛି ଯେ, ରାଜ୍ୟ ସରକାର ସମସ୍ତ ପରିସ୍ଥିତିକୁ ବିଚାରକୁ ନେଇ ସ୍କୁଲ ଯାଉଥିବା ପିଲାମାନଙ୍କର ଶ୍ରେଣୀ ଉନ୍ନତି, ନୂତନ ନାମ ଲେଖା ଏବଂ ପାଠ ପଢାର ଅବଧୂ ସଂପର୍କରେ ନିମ୍ନ ଲିଖିତ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପଢୁଥିବା ପିଲାମାନଙ୍କର ଶ୍ରେଣୀ ଉନ୍ନତି ତା.୨୦-୦୪-୨୦୨୨ ରିଖ ସୁଦ୍ଧା ସଂପୂର୍ଣ୍ଣ କରାଯିବ। ପ୍ରଥମରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ନାମ ଲେଖା / ପୁନଃ ନାମ ଲେଖା ତା.୨୦-୦୪-୨୦୨୨ ରିଖ ଠାରୁ ଆରମ୍ଭ ହୋଇ ତା.୩୦-୦୪-୨୦୨୨ ପର୍ଯ୍ୟନ୍ତ ଚାଲିବ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଆରମ୍ଭ କରାଯାଇଥିବା ନୂତନ ମୂଲ୍ୟାଙ୍କନ ନୀତି ଅନୁଯାଇ, ନବମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ସମାପ୍ତିସୂଚକ ଆକଳନ (Summative Assessment)-୨ ପରୀକ୍ଷା ଦେବାକୁ ପଡିବ। ସମାପ୍ତିସୂଚକ ଆକଳନ (Summative Assessment)-୨ ପରୀକ୍ଷା ଏବଂ ତାହାର ପରୀକ୍ଷା ଫଳ ପ୍ରକାଶନ ତଥା ୧୦ମ ଶ୍ରେଣୀ କୁ ଉନ୍ନତି ୧୦ ମଇ, ୨୦୨୨ ସୁଦ୍ଧା ଶେଷ କରାଯିବ। ସକାଳ ସମୟରେ ଚାଲିଥିବା ବିଦ୍ୟାଳୟ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଚାଲୁରହିବ। କୋଭିଡ-୧୯ ମହାମାରୀ ଯୋଗୁଁ ବିଗତ ଦୁଇ ବର୍ଷ ମଧ୍ୟରେ ଶିକ୍ଷା ଗ୍ରହଣରେ ହୋଇଥିବା କ୍ଷତି ଭରଣା ପାଇଁ ଓଡିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧୀକରଣ (OSEPA) ଦ୍ବାରା ପ୍ରସ୍ତୁତ ଶୈକ୍ଷିକ ପୁନରୁଦ୍ଧାର ଯୋଜନା (Learning Recovery Plan) ମାଧ୍ୟମରେ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ବାରା ସକାଳୁଆ ବିଦ୍ୟାଳୟ ଗୁଡିକରେ କାର୍ଯ୍ୟକ୍ଷମ କରାଯିବ। ଗ୍ରୀଷ୍ମ କାଳୀନ ଅବକାଶ ର ସମୟ ଅବଧୂ କମ୍ କରାଯାଇ ତା.୦୬-୦୬-୨୦୨୨ ରିଖ ଠାରୁ ତା.୧୬-୦୬-୨୦୨୨ ରିଖ ପର୍ଯ୍ୟନ୍ତ ସୀମିତ କରାଯିବ। ସକାଳୁଆ ବିଦ୍ୟାଳୟର ପାଠପଢା କାର୍ଯ୍ୟକ୍ରମ ପ୍ରାତଃ ୬.୦୦ ଘଟିକାରୁ ସକାଳ ୯.୦୦ ଘଟିକା ପର୍ଯ୍ୟନ୍ତ ଚାଲୁରହିବ। ମଧ୍ୟାହ୍ନ ଭୋଜନ ହିତାଧିକାରୀ ପିଲାମାନଙ୍କୁ ରନ୍ଧନ ଖାଦ୍ୟ ଯୋଗାଇ ଦିଆଯିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.