ବଜ୍ରାଘାତରେ ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କେସିଙ୍ଗା ବ୍ଲକ ପରଲସିଙ୍ଗା ପଞ୍ଚାୟତ ବାହାଦୁରପଦର ଗ୍ରାମର ସୁଗ୍ରୀ ଶିଖା(୫୫) ନାମକ ଜଣେ ବ୍ୟକ୍ତି ବଜ୍ରାଘାତ ଶିକାର ହୋଇ ଗୁରୁତର ହୋଇ ପଡିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଆଧାରରେ ସୁଗ୍ରୀ ଶିଖା କୌଣସି ଏକ କାମରେ ପରଲସିଙ୍ଗା ଗ୍ରାମକୁ ଯାଇ ରବିବାର ଅପରାହ୍ନ ୪ ଘଣ୍ଟା ସମୟରେ ଏକ ସାଇକେଲରେ ନିଜ ଘରକୁ ଫେରୁଥିଲେ । ଠିକ୍ ଏହି ସମୟରେ ଅକସ୍ମାତ ବଜ୍ରପାତ ହୋଇଥିଲା । ଏଥିରେ ସେ ଗୁରୁତର ହୋଇ ପଡିଥିଲେ । ଉକ୍ତ ଗ୍ରାମର ଲୋକମାନେ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ କେସିଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏ ସଂକ୍ରାନ୍ତରେ କେସିଙ୍ଗା ତହସିଲଦାର ଜ୍ୟୋର୍ତିମୟ କରଙ୍କୁ ପଚାରିବାରୁ ମୁଁ କେସିଙ୍ଗା ରାଜସ୍ୱ ନିରୀକ୍ଷକଙ୍କୁ ତଦନ୍ତ କରିବା ପାଇଁ କହିଛି । ତଦନ୍ତ ପରେ ନିୟମାନୁସାରେ ସାହାଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.