ଓଡ଼ିଆ ବାର୍ତ୍ତା/ କୋରାପୁଟ: କୋରାପୁଟ କଳା ନିକେତନ ଠାରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ କୋରାପୁଟ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁରାମ ପଡାଲ୍, ତତ୍ ସଙ୍ଗେ ସଙ୍ଗେ ନବ ନିର୍ବାଚିତା, ଜିଲ୍ଲା ଅଧ୍ୟକ୍ଷା ସସ୍ମିତା ମେଲକା, ମୋ ପରିବାର ଏବଂ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ମୁଖ୍ୟ ପ୍ରଫୁଲ୍ଲ ପାଙ୍ଗିଙ୍କ ସମେତ ପ୍ରତ୍ୟେକ କାଉନସିଲର୍, କୋରାପୁଟ ନିର୍ବାଚନ ମଣ୍ଡଳୀର ସମିତି ସଭ୍ୟ, ମିଡ଼ିଆ ବନ୍ଧୁ ପ୍ରମୁଖ ଉପସ୍ଥିତ ଥିଲେ ।