ବାଆଦୀ ଠାକୁରଙ୍କ ବାର୍ଷିକ ଚୈତ୍ରା ମଣ୍ଡେଇ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ତଲାଗାଁ ଠାରେ ବାଆଦୀ ଠାକୁରଙ୍କ ବାର୍ଷିକ ଚୈତ୍ରା ମଣ୍ଡେଇ ଯାତ୍ରା ଅନୁଷ୍ଠିତ ହୋଇଛି । ମା’ ଠାକୁରାଣୀଙ୍କ ଚୈତ୍ରା ପର୍ବର ପ୍ରଥମ ରବିବାର ଦିନ ଏହି ମଣ୍ଡେଇ ଯାତ୍ରା ପାଳିତ ହେଇଥାଏ । ପ୍ରଥମେ ବାଆଦୀ ଠାକୁରଙ୍କ ମନ୍ଦିର ରେ ପାରମ୍ପରିକ ନୀତି ଅନୁସାରେ ପୂଜାର୍ଚ୍ଚନା ପରେ ଦେବାଦେବୀ ମାନେ ଲାଠି କାଲିସୀ ସହ ମା’ ମାଉଲୀଙ୍କ ମନ୍ଦିର ଅଭିମୁଖେ ବାହାରିଥିଲେ । ଦେବୀଙ୍କ ମନ୍ଦିରକୁ ପହଞ୍ଚିବା ପରେ କାଳିଶୀ ମାନେ କଣ୍ଟା ଦୋଲିରେ ଝୁଲିବା ସହ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲେ । ପରେ ମା’ ମାଉଲୀ ଓ ଠାକୁରାଣୀଙ୍କ ପୂଜା କରାଯାଇଥିଲା । ଭକ୍ତ ମାନେ ଦେବା ଦେବୀଙ୍କ ପାଖରେ ଭୋଗ ଲାଗି କରିବା ସହ ଆଶ୍ରୀବାଦ ଭିକ୍ଷା କରିଥିଲେ । ଏହି ଯାତ୍ରାରେ ଆଖପାଖ ଅଞ୍ଚଳର ଶହ ଶହ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା । ପୁଝାରୀ ବଲଭଦ୍ର ପୁଝାରୀ, ନିଲାମ୍ବର ପୁଝାରୀ, ଶିରା ସପୁର ସିଂ ନାଗ, ଶିରା ଦାମୋଧର ନାଗ, ଚନ୍ଦ୍ର ଭାଟି ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଧର୍ମାନନ୍ଦ ନାଏକ, ଜଗଦୀଶ ଚନ୍ଦ୍ର ନାଏକ, ଧନେଶ୍ୱର ନାଏକ, ଘାସିରାମ ନାଗ, ଗରୁଡ ଦଳପତି ପ୍ରମୂଖ ଗ୍ରାମବାସୀ ଉପସ୍ଥିତ ରହି ପୁଜା କାର୍ଯ୍ୟରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.