ନର୍ଲାରେ ଚବିଶ ପ୍ରହର ନାମଯଜ୍ଞ, ହରି ନାମ ସଂକୀର୍ତ୍ତନ୍ୟରେ ପ୍ରକମ୍ପିତ ହେଉଛି ଖଣ୍ଡ ମଣ୍ଡଳ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ବହୁ ପ୍ରସିଦ୍ଧ ଚବିଶ ପ୍ରହର ନାମଯଜ୍ଞ ଗତ ରବିବାର ଠୁଁ ଆରମ୍ଭ ହୋଇଛି । କରୋନା କଟକଣା ଯୋଗୁଁ ଗତ ଦୁଇବର୍ଷ ଧରି ବନ୍ଦ ହୋଇ ପଡ଼ିଥିଲା । ଶନିବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ଭକ୍ତ ବୃନ୍ଦ ଭବ୍ୟ କଳସ ଯାତ୍ରାରେ ଜଳନେଇ ଆସି ଦୁର୍ଗା ମଣ୍ଡପ ସମ୍ମୁଖସ୍ଥ ପ୍ରହରୀ ମଣ୍ଡପ ଠାରେ କଳସ ସ୍ଥାପନା କରିବା ସହ ବେଲ ବରଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରବିବାର ସକାଳ ୬.୨୫ ସମୟରେ ନାମ ଆରମ୍ଭ କରିଥିଲେ ନର୍ଲା ସଂକୀର୍ତ୍ତନ ମଣ୍ଡଳୀ । ଚଳିତ ବର୍ଷ ଯଜ୍ଞ ପରିଚାଳନା କରୁଥିବା ଶ୍ରୀ ଶ୍ରୀ ଧବଳେଶ୍ୱର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଅଭୟ କୁମାର ଚାନ୍ଦ୍ ଦାଇତ୍ୱ ବହନ କରିଥିବା ବେଳେ, ଉପସଭାପତି ଭାବରେ ତୁମେଶ୍ୱର ଭୋଇ, ସାଧାରଣ ସମ୍ପାଦକ ଭାବରେ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା, ଯୁଗ୍ମ ସଂପାଦକ ଭାବରେ କିଶୋର ମାଝୀ ତଥା ଅନ୍ୟାନ୍ୟ ପଦପଦବୀରେ ସରୋଜ କୁମାର ଚାନ୍ଦ୍, ସୁନୀଲ କୁମାର ଚାନ୍ଦ୍, ପୂର୍ଣ୍ଣ ପୂଝାରୀ, ବଡହଂସ, ସୁବୋଧ ମିଶ୍ର, ମୋହିତ ମିଶ୍ର, ଯଶୋବନ୍ତ ପୂଝାରୀ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରୁଛନ୍ତି । ସେହିଭଳି ଯଜ୍ଞ କର୍ତ୍ତା ଭାବରେ ବିଜୟାଲକ୍ଷ୍ମୀ ଭଞ୍ଜ ଓ ପରମା ଭଞ୍ଜ ଦମ୍ପତି କାର୍ଯ୍ୟ ନିର୍ବାହନ କରୁଥିବା ବେଳେ, ପୂଜକ ଭାବରେ ନର୍ଲା ର ବ୍ରହ୍ମା ପଣ୍ଡିତ ସୁନାଶୀର ମିଶ୍ର, ଗିଗିନାର ଦୟା ବିଶି ଓ ଗୋପବନ୍ଧୁ ବେହେରା ପୂଜନ କାର୍ଯ୍ୟ ସମ୍ପାଦନ କରୁଥିବା ଜଣାପଡିଛି । ଭୋଗ ପ୍ରସ୍ତୁତି ଦାଇତ୍ୱରେ ସୁଦାମ ପଣ୍ଡା ରହିଥିବା ବେଳେ ମୁରାରୀ ପଣ୍ଡା ଦାଇତ୍ୱରେ ରହି ଆନନ୍ଦବଜାର ପରିଚାଳନା କରୁଥିବା ଜଣାପଡିଛି । ଚଳିତ ବର୍ଷ ଏହି ଚବିଶ ପ୍ରହର ନାମଯଜ୍ଞ ପାଇଁ ସମୁଦାୟ ୧୧ ଗୋଟି ସଂକୀର୍ତ୍ତନ ମଣ୍ଡଳୀକୁ ନିମନ୍ତ୍ରଣ କରାଯାଇଛି । ନର୍ଲାର ଦୁଇଗୋଟି ସଂକୀର୍ତ୍ତନ ମଣ୍ଡଳୀ ନେତୃତ୍ୱ ନେଇଥିବା ବେଳେ ବରଗଡର ଜାମପାଲି, ବଲାଙ୍ଗୀରର ଧୁମାଭଟା, ଚମ୍ପାଦେଇପୁର, ସାଲେପଡା, ଦୁକାଲଘାଟ, ଛତିଶଗଡ, ଟୁହିଲାମାଲ, ସୁବର୍ଣ୍ଣପୁରର ଧାନବସା ଓ ଗୋପୀନାଥପୁର ଏଭଳି ୧୧ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ନର୍ଲା ୨୪ ପ୍ରହର ନାମଯଜ୍ଞରେ ଅଂଶ ଗ୍ରହଣ କରିଥିବା ବେଳେ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା, ପ୍ରସନ୍ନ ଗଉଡ, ସୁଶାନ୍ତ ସାହୁ, କ୍ଷୀରୋଦ କର, ଖଗପତି ବନଛୋର, ରାମ ମାଝୀ, ତ୍ରୀନାଥ କମ୍ପ, ମିଟୁ ପାଣିଗ୍ରାହୀ, ଭାଗ୍ୟ ଦଣ୍ଡସେନା, ସୁଧୀର ଭୋଇ ପ୍ରମୁଖଙ୍କ ସମାଗମ ଘଟିଛି ନର୍ଲା ନାମଯଜ୍ଞରେ । ଏଣୁ ଏଥର ସଂକୀର୍ତ୍ତନ ପ୍ରେମୀ ଭକ୍ତ ମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି ନାମଯଜ୍ଞରେ । ନର୍ଲାରେ ଭୀଷଣ ଗରମ ଯୋଗୁଁ ନାମଯଜ୍ଞରେ ଜନସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ପରିଚାଳନା କମିଟିର ସଭାପତି ଅଭୟ କୁମାର ଚାନ୍ଦ୍ ସୂଚନା ଦେଇଛନ୍ତି । ନାମଯଜ୍ଞ ସଂକୀର୍ତ୍ତନ ୨୦/୪ ବୁଧବାର ସକାଳ ୬.୨୫ ରେ ପୂର୍ଣ୍ଣାହୂତି ପଡିବ ବୋଲି ପରିଚାଳନା କମିଟିର ସାଧାରଣ ସମ୍ପାଦକ ବିଜୟ କୁମାର ପଣ୍ଡା ସୂଚନା ଦେଇଛନ୍ତି । ନର୍ଲାର ସମସ୍ତ ଯୁବପିଢୀ ଓ ଜନସାଧାରଣ ନାମଯଜ୍ଞର ବିଭିନ୍ନ ଦାଇତ୍ୱରେ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.