କେସିଙ୍ଗା ଠାରେ ଡ୍ରାଇଭର ମହାସଂଘର ରାସ୍ତା ରୋକ, ଦୁଇ ଘଣ୍ଟା ପାଇଁ NH 26 ଠପ୍

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଦୀର୍ଘଦିନ ଧରି ଡ୍ରାଇଭର ମାନଙ୍କ ଦାବିକୁ କର୍ଣ୍ଣପାତ କରୁନାହାନ୍ତି ରାଜ୍ୟ ସରକାର । ଏଥିପାଇଁ ଗତକାଲି (୧୮ ଅପ୍ରେଲ) ରାଜଧାନୀ ଭୁବନେଶ୍ୱରରେ ସାରା ରାଜ୍ୟର ଡ୍ରାଇଭରମାନେ ଏକତ୍ରିତ ହୋଇ ତୀବ୍ର ଆନ୍ଦୋଳନ କରିଥିଲେ । ଏହାସତ୍ତ୍ୱେ ମଧ୍ୟ କିଛି ସମାଧାନର ବାଟ ନ ବାହାରିବା ଫଳରେ ଆଜି (୧୯ ଅପ୍ରେଲ) କେସିଙ୍ଗା ଠାରେ ଡ୍ରାଇଭର ମହାସଂଘ ପକ୍ଷରୁ ରାସ୍ତା ରୋକ କରାଯାଇଥିଲା । କେସିଙ୍ଗା ଡ୍ରାଇଭର ମହାସଂଘ ଦ୍ଵାରା ଆୟୋଜିତ ଉକ୍ତ ରାସ୍ତା ରୋକରେ ସଂଘର କାର୍ଯ୍ୟକର୍ତ୍ତା ଓ ଡ୍ରାଇଭରମାନେ ବିକ୍ଷୋଭ ଓ ରାସ୍ତାରୋକ କରିଥିଲେ । ତେଣୁ ସକାଳ ୮ଟା ରୁ ୧୦ଟା ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ରାସ୍ତାର ଦୁଇ ପାର୍ଶ୍ଵରେ ଶହ ଶହ ଗାଡ଼ି ମୋଟର ଅଟକି ରହିଥିଲା । କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର ଓ ଆଇଆଇସି ସତ୍ୟ କୁମାର ନନ୍ଦ ଆସି ଆନ୍ଦୋଳନ କାରୀଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତେବେ ମହାସଂଘର ୧୧ ଦଫା ଦାବି ପୂରଣ ହେଉନଥିବାରୁ କେସିଙ୍ଗା ଡ୍ରାଇଭର ମହାସଂଘ ଅନିଦ୍ଧିଷ୍ଟ କାଳ ପାଇଁ ଷ୍ଟେରିଂ ଛାଡ ଆନ୍ଦୋଳନ ଜାରି ରଖିବ ବୋଲି କେସିଙ୍ଗା ଡ୍ରାଇଭର ମହାସଂଘ ସଭାପତି ଈଶ୍ୱର ଚନ୍ଦ୍ର ସିଂ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.