ବ୍ରିଜ ନିର୍ମାଣ ପାଇଁ ନିର୍ବାଚିତ ଜନପ୍ରତିନିଧିଙ୍କ ଦାବୀ ପତ୍ର ପ୍ରଦାନ
ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗୋଡାଲ ସଦର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୦୦ ମିଟର ଦୂରରେ ଥିବା ପେନ୍ ଖିଆ ଯୋର୍ ନାଳା ରେ ବ୍ରିଜ ନିର୍ମାଣ ଦାବୀ ନେଇ ଗୋଡାଲ୍ ଗ୍ରାମ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନେ ସମ୍ବଳିତ ଦସ୍ତଖତ କରି ସିନାପାଲି ବିଡିଓ ସଦାଶିବ ନାଏକଙ୍କ ଜରିଆରେ ନୂଆପଡ଼ା ଜିଲାପାଳ ସ୍ଵଧଦେବ ସିଂଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ ଯେ, ଏହି ନାଲା ଦେଇ କୋଟାମାଲ ଓ ବ୍ରାହ୍ମଣପଡ଼ା ଗ୍ରାମକୁ ସିଧା ସଳଖ ରାସ୍ତାରେ ଅଞ୍ଚଳର ଜନସାଧାରଣ ଯିବା ଆସିବା କରିଥାନ୍ତି । ଏହି ରାସ୍ତା ଦେଇ ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟକୁ ପିଡିଏସ୍ ସାମଗ୍ରୀ ସମେତ ଅନେକ କାର୍ଯ୍ଯ ପାଇଁ ଯିବା ଆସିବା କରିଥାନ୍ତି । ଏପରିକି ଏହି ନାଳ ଆର ପାରିରେ ଗୋଡାଳ ଗ୍ରାମର ଅନେକ ଚାଷୀ ମାନଙ୍କ ଜମି ଗୁଡିକ ରହିଛି । ଫଳରେ ଚାଷ କାର୍ଯ୍ୟ କରିବା ପାଇଁ ହଲ ନଙ୍ଗଲ, ଉତ୍ପାଦିତ ଫସଲ ନେବା ଆଣିବାରେ ବିଶେଷ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ରାସ୍ତାରେ ଯିବା ଆସିବା କରିବାପାଇଁ ପେନ୍ ଖିଆ ନାଳରେ ବ୍ରିଜ ନିର୍ମାଣ ହୋପାରିନ ଥିବାରୁ ଅଞ୍ଚଳର ଜନସାଧାରଣ, ଚାଷୀ ବୁଲାନିଆ ମହଗାଁ ରାସ୍ତା ଦେଇ କୋଟାମାଲ୍ ଦେଇ ଯାତାୟାତ କରୁଛନ୍ତି । ବର୍ଷ ସାରା ଏହି ରାସ୍ତା ଉପରେ ନିର୍ଭରଶୀଳ ହେଉଥିବା ବେଲେ ବର୍ଷା ଋତୁରେ ଅନେକ ସମସ୍ୟା ଦେଖାଦେଇଥାଏ । କାଦୁଅ ପଚପଚ୍ ରାସ୍ତା ରେ ଚାଷୀ ଗାଈ ଗୋରୁ, ଛେଳି, ମେଣ୍ଢା , ହଲ ବଳଦ ନେଇଥାଏ । ପାଣି ଭର୍ତ୍ତି ନାଳରେ ଭାଷୀ ଯାଇ ଅନେକ ଚାଷୀ, ଗାଇ ଗୋରୁ ମଧ୍ୟ ମୃତ୍ୟୁ ବରଣ କରି ସାରିଛନ୍ତି । ଏଣୁ ଏହି ନାଳ ଉପରେ ବ୍ରିଜ ନିର୍ମାଣ କରିବା ଦାବୀ ନେଇ ୧୪ ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟ ଆଶା ଜୈନ, ଗୋଡାଲ ଗ୍ରାମ ପଞ୍ଚାୟତ ସରପଞ୍ଚ ମିନା ଜଗତ ଓ ସମିତି ସଭ୍ୟ ପଙ୍କଜିନୀ ବାଗ, ନାଏବ ସରପଞ୍ଚ ହେମନ୍ତ ନାଏକ, ୱାର୍ଡ ସଭ୍ୟ ଦୁଷ୍ମନ୍ତ ପଟେଲ, ସୂର୍ଯ୍ୟକାନ୍ତୀ ମାଝି, ସୁଜନ ମାଲି ସମେତ ଗୋଡାଲ ଗ୍ରାମ ପଞ୍ଚାୟତର ସର୍ବମୋଟ୍ ୧୪ ଗୋଟି ୱାର୍ଡ଼ ସଭ୍ୟ ସଭ୍ୟା, ଅଞ୍ଚଳର ଜନସାଧାରଣ ସମ୍ବଳିତ ଦସ୍ତଖତ କରି ଦାବୀ ପତ୍ର ପ୍ରଦାନ କରିଛନ୍ତି । ଯଦି ଆଗମୀ ଦିନରେ ବ୍ରିଜ ନିର୍ମାଣ ନ ହେଲେ ଜନସାଧାରଣ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବାକୁ ଚେତାବନୀ ଦେଇଛନ୍ତି । ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେଇ ବ୍ରିଜ ନିର୍ମାଣ କରିବା ପାଇଁ ଅଞ୍ଚଳର ବ୍ୟକ୍ତିମାନେ ଦାବୀ ଜଣାଇଛନ୍ତି ।