ମୁନିଗୁଡ଼ା ସାହିତ୍ୟ ସମ୍ମାନ ପାଇଲେ ବିଶିଷ୍ଟ ଗବେଷକ ଡ଼ଃ ଅଜିତ କୁମାର ବେହେରା

ଓଡ଼ିଆ ବାର୍ତ୍ତା/ ମୁନିଗୁଡା/ ଭବାନୀପାଟଣା: ରାୟଗଡ଼ ଜିଲ୍ଲା ମୁନିଗୁଡ଼ା ସାହିତ୍ୟ ସଂସଦର ଦ୍ବିତୀୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ  ରାଜ୍ୟସ୍ତରୀୟ କଳା ସାହିତ୍ୟ ଓ ସଂସ୍କତିରେ ଉଲ୍ଳେଖନୀୟ ଅବଦାନ ପାଇଁ ଚଳିତ ବର୍ଷ ବିଶିଷ୍ଟ ଗବେଷକ ଡକ୍ଟର ଅଜିତ କୁମାର ବେହେରାଙ୍କୁ “ମୁନିଗୁଡ଼ା ସାହିତ୍ୟ ସମ୍ମାନ ୨୦୨୨” ରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମାବେଶରେ ବିଶିଷ୍ଟ ସାହିତ୍ୟିକ ତଥା ବିଡ଼ିଓ ଡକ୍ଟର ଦେବାଶିଷ ଗୌଡ଼ ମୂଖ୍ୟ ଅତିଥି, ତହସିଲଦାର ଡକ୍ଟର ଡକ୍ଟର ଦିଲୀପ କୁମାର ବେହେରା, ସମାଜସେବୀ ରାମଚନ୍ଦ୍ର ବେହେରା, ଗବେଷକ ଡକ୍ଟର ଗୌରାଙ୍ଗ ଚରଣ ରାଉତ ସମ୍ମାନିତ ଅତିଥି, ପ୍ରଫେସର ଡକ୍ଟର ଅଶୋକ କୁମାର ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଏଥିରେ ମୁନିଗୁଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ହୃଷୀକେଶ ଜାଲି ସଭାପତିତ୍ବ କରିଥିବା ବେଳେ ସଂଘର ସମ୍ପାଦକ ଉତ୍ତମ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କୁସୁର୍ଲା ଗ୍ରାମରେ ଜନ୍ମିତ ଡ଼ଃ ବେହେରା ଓଡ଼ିଆ ଲୋକ ସାହିତ୍ୟ ସଂସ୍କୃତି ଉପରେ ଗବେଷଣା ଜାରି ରଖିଛନ୍ତି । ତାଙ୍କର ଅନେକ ନିବନ୍ଧ ବହୁ ପତ୍ର ପତ୍ରିକାରେ ପ୍ରକାଶିତ ଓ ଆକାଶବାଣୀରେ ପ୍ରଚାରିତ । ତାଙ୍କର କବିତା ପୁସ୍ତକ ତୁମେ ଓ ଗବେଣାମୂଳକ ପୁସ୍ତକ କଳାହାଣ୍ଡିରେ ଲୋକ ବିଶ୍ୱାସ ବହୁ ପାଠକୀୟ ଆଦୃତି ଲାଭ କରିଛି । ସେ କଳାହାଣ୍ଡି ଜିଲ୍ଲାର ଲୋକଦେବତା ଓ ବିଶ୍ୱାସ ଉପରେ ଗବେଷଣା କରି ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ଡକ୍ଟରେଟ୍ ଉପାଧି ପାଇଛନ୍ତି । ପୁଣି ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟରୁ ଫେଲୋସିପ ପାଇଁ କନ୍ଧାନ ଭାଷା ଓ ସାହିତ୍ୟ ଉପରେ ଗବେଷଣା କରିଛନ୍ତି । ସେଥିପାଇଁ ତାଙ୍କୁ ବହୁ ଅନୁଷ୍ଠାନରୁ ପୁରସ୍କାର ଓ ସମ୍ୱର୍ଦ୍ଧନା ଦିଆଯାଇଛି । ସେ ସଂପ୍ରତି କଳାହାଣ୍ଡିର କଶୃପଡ଼ା ମହାବିଦ୍ୟାଳୟରେ ଓଡ଼ିଆ ଅଧ୍ୟାପକ ଭାବରେ କାର୍ଯ୍ୟ କରିବା ସହ ଡି. ଲିଟ୍ ଡିଗ୍ରୀ ପାଇଁ ଗବେଷଣାରତ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.