ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଳକ ଅନ୍ତର୍ଗତ ଉଚ୍ଚଳା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ତଥା ଜୟପାଟଣା ବ୍ଳକ ଅଧ୍ୟକ୍ଷ ଥବିର ବାଗ ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ନିଜସ୍ଵ ପାଣ୍ଠିରୁ ରେସନ କାର୍ଡ ଯୋଜନା ଆସୁଥିବା ଚାଉଳ କିରାସିନି ଆଦିରେ ପ୍ରଥମ ଥର ପାଇଁ ଗାଁରେ ବଣ୍ଟନ କରିଛନ୍ତି । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଗ ଉଚ୍ଚଳା ଗ୍ରାମ ପଞ୍ଚାୟତ ସରପଂଚ ସୁବର୍ଣ୍ଣି ନାଏକ ଗ୍ରାମ ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ହରି ପତାକା ଦେଖେଇ ଶୁଭାରମ୍ଭ କରିଥିଲେ । ଏହି କ୍ରମରେ ପ୍ରଥମ ଦିନରେ ବେହେରେନସିଲ୍ ଗ୍ରାମରେ ହିତାଧିକାରୀ ମାନଙ୍କୁ ଚାଉଳ ବଣ୍ଟନ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ନାଏବ ସରପଂଚ, ୱାର୍ଡ ସଭ୍ୟ ସଭ୍ୟା ଯୋଗାଣ ସହାୟକଙ୍କୁ ସହଯୋଗ କରିଥିଲେ । ଏହା ହେବା ଦ୍ବାରା ହିତାଧିକାରୀ ମାନଙ୍କ ମଧ୍ୟରେ ଖୁସୀର ଲହରି ଖେଲି ଯାଗଛି ଏବଂ ଦିର୍ଘ ଦିନ ର ଆଶା ପୁରଣ ହୋଇଛି ବୋଲି ହିତାଧିକାରୀ ମାନେ କହିଛନ୍ତି । ଏହି ଅବସରରେ ଅଧ୍ୟକ୍ଷ ଥବିର ବାଗ କହିଥିଲେ ଯେ, ଏହି ଚାଉଳ ବଣ୍ଟନ ହେବାଦ୍ବାରା ଆଠ କିଲୋମିଟର ଚାଲି ଚାଲି ଚାଉଳ ଆଣିବାକୁ ଯାଉଥିଲେ ତାହା ଦରିଭୁତ ହୋଇଛି । ଏହି ଚାଉଳ ବଣ୍ଟନ ସବୁ ସମୟରେ ଚାଲୁ ରହିବ ବୋଲି ସେ କହିଛନ୍ତି ।