ମାଳି ପର୍ବତରେ ଖଣି ଖନନକୁ ବିରୋଧ, ଜୋର ଧରିଲା ଇକୋ ଟୁରିଜମ ଘୋଷଣା ଦାବି

ଓଡ଼ିଆ ବାର୍ତ୍ତା/ କୋରାପୁଟ (ତ୍ରିନାଥ ପଟ୍ଟନାୟକ): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ତହସିଲ ଅନ୍ତର୍ଗତ କଙ୍କଡ଼ାମ୍ବ ଠାରେ ହିଣ୍ଡାଲକୋ ଦ୍ବାରା ମାଳି ପର୍ବତରେ ଖଣି ଖନନର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି କରାଯାଇଛି । ଖଣି ଖନନ ପାଇଁ ଜନ ସମର୍ଥନ ପାଇଥିବା କମ୍ପାନୀ ଦାବି କରିଥିବା ବେଳେ ଅଞ୍ଚଳର ଆଦିବାସୀଙ୍କ ମଧ୍ୟରେ ଆକ୍ରୋଶ ଥମିବାର ନା ନେଉ ନାହିଁ । ମାଳି ପର୍ବତର କୋଳରେ କୁଟୁନିଖାଲ ଠାରେ ମାଳି ପର୍ବତ ସୁରକ୍ଷା ସମିତି ଆନୁକୁଲ୍ୟରେ ପାକୁଲିମା ଗୁମ୍ଫାରେ ଚୈତ୍ର ପର୍ବ ପାଳନ ଅବସରରେ ହଜାର ହଜାର ଆଦିବାସୀଙ୍କ ସହ ଆଦିବାସୀ ନେତା ନାଚିକା ଲିଙ୍ଗା ଓ ଦାସୀ ନନ୍ଦବାଲି ଯୋଗ ଦେଇଥିଲେ । ମାଳି ପର୍ବତରେ ଖଣି ଖୋଳିବାକୁ ବିରୋଧ କରିଛନ୍ତି । ମାଳି ପର୍ବତରେ ଖଣି ଖନନ ପାଇଁ ଯୋଜନାକୁ ରଦ୍ଦ କରି ସରକାର ତୁରନ୍ତ ଏହି ଅଞ୍ଚଳକୁ ଇକୋ ଟୁରିଜମର କ୍ଷେତ୍ର ଭାବେ ଘୋଷଣା କରିବା ପାଇଁ ଆଦିବାସୀ ନେତା ଦାସୀ ନନ୍ଦିବାଲି ଦାବି କରିଛନ୍ତି । ପ୍ରକୃତି ଉପରେ ଥିବା ଲୋକଙ୍କ ଅଧିକାରରୁ ସେମାନଙ୍କୁ ସରକାର ବଞ୍ଚିତ ନ କରିବା ପାଇଁ ନାରାୟଣପାଟଣାର ଆଦିବାସୀ ନେତା ନାଚିକା ଲିଙ୍ଗା ମଧ୍ୟ ଅପିଲ କରିଛନ୍ତି । ଗତ କିଛି ମାସ ପୂର୍ବେ ମାଳି ପର୍ବତରେ ଖଣି ଖନନର ପରିବେଶ ମଞ୍ଜୁରୀ ପାଇଁ ଜନଶୁଣାଣି ସମ୍ପନ୍ନ କରାଯାଇଥିଲା । ହେଲେ ଏହି ଜନ ଶୁଣାଣିରେ ଖଣି ଖନନକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ମତ ରଖିବାର ସୁଯୋଗ ଦିଆଯାଇ ନଥିଲା । ଯାହା ଗଣତନ୍ତ୍ର ବିରୋଧୀ ବୋଲି ମତ ପ୍ରକାଶ କରି ଲୋକ ଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ସ୍ଥାନୀୟ ମାଳି ପର୍ବତ ସୁରକ୍ଷା ସମିତିର ସଦସ୍ୟଙ୍କ ସହ ମିଶି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ପର୍ବତ ଅଞ୍ଚଳରୁ ୩୦ରୁ ଊର୍ଦ୍ଧ୍ଵ ଝରଣା ପ୍ରବାହିତ ହେଉଥିବା ଫଳରେ ଶତାଧିକ ଗ୍ରାମବାସୀ ଚାଷବାସ କରି ବଞ୍ଚୁଛନ୍ତି । ସେଥିପାଇଁ ଗତ ୧୫ ବର୍ଷ ଧରି ଲୋକେ ଗଣତାନ୍ତ୍ରିକ ଆନ୍ଦୋଳନ ଦ୍ଵାରା ପ୍ରତିବାଦ କରିଆସିଥିବା ଯୋଗୁଁ ଏଠାରେ ଖଣି ଖନନକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ଆଦିବାସୀ ନେତା ଦାସୀ ନନ୍ଦିବାଲି ଦାବି କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.