ପୂଣ୍ୟ ଅକ୍ଷୟ ତୃତୀୟା: କେସିଙ୍ଗା ବ୍ରାହ୍ମଣ ସମାଜ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ

ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ପ୍ରତିଟି ଓଡ଼ିଆଙ୍କ ପାଇଁ ଅକ୍ଷୟ ତୃତୀୟାର ଯଥେଷ୍ଟ ମହତ୍ବ ରହିଛି। ଏହି ଦିନ ସହ ଅନେକ ପୈ।ରାଣିକ ଆଖ୍ୟାନ ଯୋଡ଼ି ହୋଇ ରହିଥିବାବେଳେ ଭଗବାନ ପର୍ଶୁରାମ ଜୟନ୍ତୀ ମଧ୍ୟ ପାଳିତ ହୋଇଥାଏ। ଶୁଦ୍ଧି ଓ ସିଦ୍ଧିର ଦିବସ ଅକ୍ଷୟ ତୃତୀୟା ଦିନ କେସିଙ୍ଗା ବ୍ରାହ୍ମଣ ସମାଜ ପକ୍ଷରୁ ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର ପ୍ରାଙ୍ଗଣରେ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ମହାସମାରୋହରେ ପାଳିତ କରାଯାଇଛି। ପ୍ରଥମେ ଭଗବାନ ପର୍ଶୁରାମଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ପୂଜାର୍ଚ୍ଚନା କରାଯାଇଥିଲା । ଏହାସହ ପଥିକ ଏବଂ ସହରବାସୀଙ୍କୁ ବ୍ରାହ୍ମଣ ସମାଜ ପକ୍ଷରୁ ଥଣ୍ଡା ପାନୀୟ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ବାନାର୍ଜୀ, ଲଳିତ ଶର୍ମା, ପ୍ରଦୀପ ଶର୍ମା, ମନୋଜ ଶର୍ମା, ରଞ୍ଜନ ପାଢ଼ୀ, ଅଶୋକ ଅଗ୍ରୱାଲ, କୃଷ୍ଣ ଖମାରୀ ପ୍ରମୁଖଙ୍କ ସମେତ ଅନେକ ସଦସ୍ୟ ଉପସ୍ଥିତ ରହି ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଅଟକାଇ ସମସ୍ତଙ୍କୁ ଆଖୁରସ ଓ ଥଣ୍ଡା ପାନୀୟ ବଣ୍ଟନ କରିଥିଲେ। ଆଜି ସନ୍ଧ୍ୟା ୮ ଘଣ୍ଟା ସମୟରେ ସ୍ଥାନୀୟ ଗୌରୀ ଶଙ୍କର ମନ୍ଦିର ପରିସରରେ ଭଜନ ସମାରୋହର ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ କେସିଙ୍ଗା ଗୌରି ଶଙ୍କର ମନ୍ଦିର ଆସି ଭଜନର ଆନନ୍ଦ ନେବା ସହିତ ଭଗବାନ ପର୍ଶୁରାମଙ୍କ ଆଶୀର୍ବାଦ ଲାଭ କରନ୍ତୁ ବୋଲି କେସିଙ୍ଗା ବ୍ରାହ୍ମଣ ସମାଜ ପକ୍ଷରୁ ସହରବାସୀଙ୍କୁ ଅନୁରୋଧ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.