ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାର କବି ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତା ବିଶ୍ବର ବିଭିନ୍ନ ଭାଷାରେ ଅନୁଦିତ ହୋଇ ପାଠକୀୟ ଆଦୃତି ପାଇବାରେ ଲାଗିଛି । କବିଙ୍କ ଏହି ସଫଳତା ସହ ବର୍ତ୍ତମାନ ଆଉ ଏକ ପୃଷ୍ଠା ଯୋଡ଼ି ହୋଇଛି । କାଜକିସ୍ଥାନର ଜଣେ ବହୁ ଚର୍ଚ୍ଚିତ କବୟତ୍ରୀ ପେରିସତ କୋସୋଇଭିନା ଅବଦାଳିଇବା ବିଶକେକ ଡ଼. ଭବାନୀ ଶଙ୍କର ନିଆଲଙ୍କ କବିତାକୁ କାଜାକ୍ ଭାଷାରେ ଅନୁଦିତ କରିଛନ୍ତି । କାଜକିସ୍ଥାନର ପେରିସତ ଏକାଧାରରେ ଜଣେ କବୟତ୍ରୀ, ଅନୁବାଦିକା ଏବଂ ସେ ନର୍ଥ ଆମେରିକାର ୟୁନିଅନ ଅଫ ରାଇଟର ସଂଘର ସଭ୍ୟା ଅଟନ୍ତି । କାଜିକ୍ ଭାଷାରେ ଡ଼. ନିଆଲଙ୍କ କବିତା ଅନୁଦିତ ହେବା ଖବର ପାଇବାପରେ ରାଜ୍ୟର ବିଭିନ୍ନ ମହଳରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡିରେ ଜନ୍ମିତ କବି ଭବାନୀ ଶଙ୍କରଙ୍କ କବିତା କ୍ରମାଗତ ଭାବରେ ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପାନ ଭଳି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହେବାର ଗୌରବ ଲାଭ କରିଛି ।