ରୁପ୍ରାରୋଡରେ ଆରମ୍ଭ ହେଲା ୧୬ ପ୍ରହର ନାମଯଜ୍ଞ

ହନୁମାନ ବିଗ୍ରହ ପ୍ରତିଷ୍ଠା ପାଇଁ ଚାଲିଛି ଭବ୍ୟ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଏକ ଭକ୍ତିମୟ ପରିବେଶ ମଧ୍ୟରେ ରୁପ୍ରାରୋଡରେ ଆରମ୍ଭ ହୋଇଛି ୧୬ ପ୍ରହର ନାମଯଜ୍ଞ। ଆଜି (ମଇ ୪ ବୁଧବାର) ସକାଳ ୭.୧୫ରୁ ନାମ ଆରମ୍ଭ ହୋଇଛି। ଗୁରୁ ଭଗବାନ ପୋଢଙ୍କ ବଲବସପୁର ଦଳ ପ୍ରଥମ ପ୍ରହର ନାମାରମ୍ଭ କରି ସଂକିର୍ତ୍ତନ୍ୟ କରୁଛନ୍ତି। ହନୁମାନ ବିଗ୍ରହ ପ୍ରତିଷ୍ଠା ପାଇଁ ତିନି ଦିନ ବ୍ୟାପି ଆୟୋଜିତ ହୋଇଥିବା ଏହି ବିଶାଳ କାର୍ଯ୍ୟକ୍ରମର ପ୍ରଥମ ଦିବସ ମଇ ୩ ଅଧିବାସ ଓ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶହ ଶହ ମହିଳା ସଂକିର୍ତ୍ତନ ଓ ଘଣ୍ଟ, ଶଙ୍ଖ ଧ୍ୱନି ସହ ସ୍ଥାନୀୟ ପୋଖରୀରୁ ଜଳ ଆଣି ଯଜ୍ଞ ବେଦୀ ଓ ପ୍ରହରୀ ମଣ୍ଡପରେ ସ୍ଥାପନ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

Udyog Nursery
Udyogi Nursery

ଆଜି ଦ୍ୱିତୀୟ ଦିବସରେ ସକାଳୁ ନାମଯଜ୍ଞ ଆରମ୍ଭ ହୋଇଛି। ଏହା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ୬ ତାରିଖ ସକାଳ ୭.୧୫ରେ ନାମ ଉଦଜାପନ, ହନୁମାନଙ୍କ ବିଗ୍ରହ ପ୍ରତିଷ୍ଠା ଓ ଜୀବନ୍ୟାସ ଏବଂ କାର୍ଯ୍ୟକ୍ରମର ପୂର୍ଣ୍ଣାହୁତି ପଡିବ ବୋଲି ନାମଯଜ୍ଞ ଓ ବିଗ୍ରହ ପ୍ରତିଷ୍ଠା କମିଟି ସଭାପତି ମାଧବ ନାଗ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମର ଉଦ୍ୟୋକ୍ତା ଦୀପକ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ ଦୀପା ମହାନ୍ତି ଯଜ୍ଞ କର୍ତ୍ତା ରହିଥିବା ବେଳେ ପ୍ରହରୀର କର୍ତ୍ତା ଭାବେ ପ୍ରଫୁଲ୍ଲ ମହାନ୍ତି ଓ ତାଙ୍କ ଧର୍ମପତ୍ନୀ କୁସୁମ ମହାନ୍ତି, ଶ୍ୟାମ ସୁନ୍ଦର ଶର୍ମା ଓ ତାଙ୍କ ଧର୍ମପତ୍ନୀ ସାବିତ୍ରୀ ଶର୍ମା, ଅକ୍ଷୟ ପଟ୍ଟନାୟକ ଓ ତାଙ୍କ ଧର୍ମପତ୍ନୀ ରିତା ପଟ୍ଟନାୟକ, ଦୀପକ ଅଗ୍ରଓ୍ୱାଲ ଓ ତାଙ୍କ ଧର୍ମପତ୍ନୀ ନୀଳମ ଅଗ୍ରଓ୍ୱାଲ, ସନ୍ତୋଷ ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ ପ୍ରମୁଖ କର୍ତ୍ତା ଦାଇତ୍ୱ ବହନ କରିଛନ୍ତି। ଜୟପାଟଣାର ବିଶିଷ୍ଟ ପଣ୍ଡିତ ଗୈାତମ ଖମାରୀ ଓ ତାଙ୍କ ଟିମ୍ ପୂଜାର୍ଚ୍ଚନା, ନାମଯଜ୍ଞ, ହୋମଯଜ୍ଞ, ବିଗ୍ରହ ପ୍ରତିଷ୍ଠା ଆଦି ସମସ୍ତ ପୂଜନ ବିଧି ସଂଚାଳନ କରୁଛନ୍ତି। ବୈଶାଖ ଶୁକ୍ଳ ପକ୍ଷ ଚତୁର୍ଥୀ, ପଞ୍ଚମୀ, ଷଷ୍ଠୀ ତିନି ଦିନ ବ୍ୟାପି ଆୟୋଜିତ ହେଉଥିବା ଏହି ସମସ୍ତ କାର୍ଯ୍ୟକ୍ରମରେ ରୁପ୍ରାରୋଡ ଗ୍ରାମ ପଞ୍ଚାୟତବାସୀ, ପରିଚାଳନା କମିଟି ସହ ତ୍ରିନାଥ ମହାନ୍ତି, ଭାରତୀ ମହାନ୍ତି, ପ୍ରଦୀପ ଅଗ୍ରଓ୍ୱାଲ, ରାଜେଶ ଦତ୍ତା, ସୁବାସ ଅଗ୍ରୱାଲ, ପୁଷ୍ପକ ମହାନ୍ତି, ଅନାଦି ସାହୁ, ତରୁଣ ସାହୁ, ଜଗଦିଶ ଗଡତିଆ, ଅଭୟ ଚାନ୍ଦ, ରଞ୍ଜନ ମହାନ୍ତି, ସୁଶିଲ ମହାନ୍ତି, ଯୁବ ଗୋଷ୍ଠୀ ଓ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.