ରୁପ୍ରାରୋଡରେ ଦେବଶର ଧାମ ମା’ ଦୁର୍ଗାଙ୍କ ମନ୍ଦିର ସମେତ ମାତା ସନ୍ତୋଷିନୀ, ଶ୍ରୀ ଗଣେଶ ଓ ବାବା ବଜରଙ୍ଗବଲି ମନ୍ଦିରର ରତ୍ନମୁଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଧିରେ ଧିରେ ମନ୍ଦିରମାଳିନୀ ବସ୍ତିରେ ପରିଣତ ହେବାକୁ ଯାଉଛିି ନର୍ଲା ବ୍ଲକର ରୁପ୍ରାରୋଡ। ଅଞ୍ଚଳବାସୀଙ୍କୁ ଆଧ୍ୟାତ୍ମିକତାର ଡୋରିରେ ବାନ୍ଧି ରଖିବାକୁ ନିର୍ମିତ ହେଉଛି ଅନେକ ମନ୍ଦିର। ସେହି କ୍ରମରେ ରୁପ୍ରାରୋଡ ବସ୍ତିର ମୁଖ୍ୟ ରାସ୍ତା କଡ଼ରେ ନିର୍ମାଣ ହେଉଛି ‘ଦେବଶର ଧାମ ମାଁ ଦୁର୍ଗା ମନ୍ଦିର’, ‘ମାତା ସନ୍ତୋଷିନୀ ମନ୍ଦିର’, ‘ଶ୍ରୀ ଗଣେଶ ମନ୍ଦିର’ ଓ ‘ବାବା ବଜରଙ୍ଗବଲି ମନ୍ଦିର’। ଏହିସବୁ ମନ୍ଦିରର ରତ୍ନମୁଦ ଆଜି (ମଇ ୪ ବୁଧବାର) ସକାଳ ୯ ଘଣ୍ଟା ପରଠାରୁ ଆରମ୍ଭ ହୋଇଯାଇଛି। ଧର୍ମପରାୟଣ ମହିଳା କୌଶଲ୍ୟା ଦେବୀ ଅଗ୍ରଓ୍ୱାଲ ଏବଂ ଧର୍ମପ୍ରାଣ ବ୍ୟକ୍ତି ମୁଲଚନ୍ଦ ଅଗ୍ରଓ୍ୱାଲ (ତାୟଲ)ଙ୍କ ପ୍ରତକ୍ଷ୍ୟ ତତ୍ବାବଧାନରେ ରତ୍ନମୁଦ କାର୍ଯ୍ୟ ଶାନ୍ତିପୂର୍ଣ୍ଣ ଭାବେ ଚାଲିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

(କ୍ଲିକ୍ କରି ଦେଖନ୍ତୁ ଭିଡିଓ 🖕)

Udyog Nursery
Udyogi Nursery

ଅଞ୍ଚଳର ଅନେକ ମହିଳା ଓ ପୁରୁଷ ଧାନ ଓ ଅନ୍ୟାନ୍ୟ ବ୍ୟବହାର ଉପଯୋଗୀ ଦ୍ରବ୍ୟଧରି ଶୁଦ୍ଧ ପୁତ ଭାବରେ ମନ୍ଦିରର କୁମ୍ଭକୁ ଯାଇ ରତ୍ନମୂଦ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ମନ୍ଦିର ପରିଚାଳନା ସମିତି ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୁବାଶ ଚନ୍ଦ୍ର ଅଗ୍ରୱାଲ ଓ ତାଙ୍କ ଧର୍ମପତ୍ନୀ ପୁଷ୍ପା ଅଗ୍ରଓ୍ୱାଲ, ରିନେଶ ଅଗ୍ରଓ୍ୱାଲ, ଦିନେଶ ଅଗ୍ରଓ୍ୱାଲ, ସାରଗମଲ ଅଗ୍ରଓ୍ୱାଲ, ବିକାଶ କୁମାର ଅଗ୍ରଓ୍ୱାଲଙ୍କ ସମେତ ରୁପ୍ରାରୋଡବାସୀ ସହଯୋଗ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.