ପୋଖରୀରେ ଭାସୁଥିବା ବଳଦକୁ ଉଦ୍ଧାର କଲେ ଅଗ୍ନିଶମ ବିଭାଗ କର୍ମଚାରୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକର ରିଞ୍ଜା ବସ୍ତି ଠାରେ ଥିବା ଗଣ୍ଡ ବାହାଲି କଟାରେ ଭାସୁଥିବା ବଳଦକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବିଭାଗ। ସୂଚନା ଅନୁସାରେ କଟାରେ ବଳଦ ଭାସୁଥିବା ଖବର ପାଇ ରିଞ୍ଜା ସରପଞ୍ଚ ପଞ୍ଚାନନ ବାଗ ଅଗ୍ନିଶମ ବିଭାଗକୁ ଫୋନ କରି ଜଣାଇବା ପରେ ତତକ୍ଷଣାତ ଅଗ୍ନିଶମ ବିଭାଗ କର୍ମଚାରୀ ଓଆଇସି ଜଗଦିଶ ମେହେର ନେତୃତ୍ବରେ ଆସି ପହଞ୍ଚିଥିଲେ। ଏଥିରେ ଅଗ୍ନିଶମ ବିଭାଗର ହାବିଲଦାର ପ୍ରଣବ ନାଏକ, ଏମ ବନଛୋର, ପି ବାଗ, ଟି ଛତ୍ରିଆ, ଆର ପଧାନ ପ୍ରମୁଖ ଅଧ ଘଣ୍ଟା କାଳ ପରିଶ୍ରମ କରି କସରତ ଲଗାଇ ପଦାକୁ ବାହାର କରିଥିଲେ। ଅଗ୍ନିଶମ ବିଭାଗକୁ ଖବର ଦେବାଠାରୁ ଆରମ୍ଭ କରି ସବୁ ସମୟରେ ଲୋକଙ୍କ ସୁଖ ଦୁଃଖରେ ସମଭାଗି ହେଉଥିବାରୁ ରିଞ୍ଜା ସରପଞ୍ଚ ଶ୍ରୀଯୁକ୍ତ ବାଗଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.