ଓଡ଼ିଶାର କୃଷକଙ୍କ ଜୀବନରେ ରୂପାନ୍ତରଣ ଆଣୁଛି ୟୁଏଆଇଏଲ୍‍ର ପ୍ରୋଜେକ୍ଟ ଉନ୍ନତ

ଓଡ଼ିଆ ବାର୍ତ୍ତା | ରାୟଗଡ଼ା/ କାଶିପୁର: ଆଦିତ୍ୟ ବିର୍ଲା ଗ୍ରୁପ୍‍ର ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍‍) ପକ୍ଷରୁ ଭାରତ ରୁରାଲ୍‍ ଲାଇଭଲିହୁଡ୍‍ ଫାଉଣ୍ଡେସନ (ବିଆର୍‍ଏଲଏଫ୍‍) ସହିତ ମିଳିତ ଭାବରେ ପ୍ରଚଳନ କରାଯାଇଥିବା ପ୍ରୋଜେକ୍ଟ ‘ଉନ୍ନତ’ (ଉତ୍କଳସ୍‍ ଆକ୍ସନ ଫର୍‍ ଏଗ୍ରିକଲଚରାଲ ଟ୍ରାନ୍ସଫର୍ମେସନ) କୃଷିଭିତ୍ତିକ ଜୀବିକା ଉପାର୍ଜନ ପ୍ରୟାସ ଜରିଆରେ ଓଡ଼ିଶାର ରାୟଗଡା ଜିଲ୍ଲାର କାଶୀପୁର ବ୍ଲକ ଏବଂ କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ୍‍ରେ ୧୫ହଜାର ଗ୍ରାମୀଣ ପରିବାରଙ୍କ ଜୀବନରେ ରୂପାନ୍ତରଣକାରୀ ପରିବର୍ତ୍ତନ ଆଣୁଛି । ୨୦୨୧ରେ ପ୍ରଚଳନ କରାଯାଇଥିବା ଉନ୍ନତ ଏପର୍ଯ୍ୟନ୍ତ କୃଷିଭିତ୍ତିକ କାର୍ଯ୍ୟକଳାପ ଜରିଆରେ ୫୦୦୦ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର ଉପରେ ସକାରାତ୍ମକ ପ୍ରଭାବ ପକାଇଛି । କାଶୀପୁର ଓ ଥୁଆମୂଳ ରାମପୁର ବ୍ଲକ୍‍ରେ ୪୪ ଉତ୍ପାଦକ ଗୋଷ୍ଠୀ (ପିଜି) ଗଠନ କରାଯାଇଛି, ଯେଉଁଥିରେ ୫୨୫୭ ଜଣ କୃଷକ ସଦସ୍ୟ ରହିଛନ୍ତି । ଏହା ଗୋଷ୍ଠୀଭିତ୍ତିକ ମାଲିକାନା ସୃଷ୍ଟିରେ ସହାୟକ ହେଉଛି । ଉନ୍ନତ କାର୍ଯ୍ୟକ୍ରମ ଏମ୍‍ଜିନରେଗା (ମହାତ୍ମା ଗାନ୍ଧୀ ନ୍ୟାସନାଲ ରୁରାଲ ଏମ୍ପ୍ଲୟମେଣ୍ଟ ଗ୍ୟାରେଣ୍ଟି ଆକ୍ଟ), ଓଡ଼ିଶା ଜୀବିକା ମିଶନ, ଆଇଟିଡିଏ (ଇଣ୍ଟିଗ୍ରେଟେଡ ଟ୍ରାଇବାଲ ଡେଭଲପମେଣ୍ଟ ଏଜେନ୍ସି), ଜାତୀୟ ଉଦ୍ୟାନକୃଷି ମିଶନ, ଜଳଛାୟା ବିକାଶ କାର୍ଯ୍ୟକ୍ରମ, ଓଏଲ୍‍ଆଇସି (ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନ) ଏବଂ ଓଏଆଇସି (ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରି କର୍ପୋରେସନ) ଆଦି ପ୍ରଭାବୀ ସରକାରୀ କାର୍ଯ୍ୟକ୍ରମ ସହିତ ସମନ୍ୱିତ ହୋଇଛି । ୟୁଏନ୍‍ଏସଡିଜି (ୟୁଏନ୍‍ ସଷ୍ଟେନେବଲ ଡେଭଲପମେଣ୍ଟ ଗୋଲ୍‍ସ) ଅନୁଯାୟୀ ଏହାକୁ କାର୍ଯ୍ୟକାରୀ କରାଯାଉଛି ।

Omkar Vasthu
Omkar Vasthu


ଦାରିଦ୍ର‌୍ୟର ବିଲୋପ, ଶୂନ୍ୟ କ୍ଷୁଧାର୍ତ୍ତ ଏବଂ ଆତ୍ମ ନିର୍ଭରଶୀଳତା ଏହାର ଚୂଡାନ୍ତ ଲକ୍ଷ୍ୟ । ଏହାର ଅର୍ଥନୈତିକ ଫାଇଦା ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇ ଉତ୍କଳ ଆଲୁମିନାର ୟୁନିଟ୍‍ ହେଡ୍‍ ଶ୍ରୀ ମଜହର ବେଗ୍‍ କହିଛନ୍ତି ଯେ, “ଏହାର କାର୍ଯ୍ୟକାରିତା ଆରମ୍ଭ ଦିନଠାରୁ ଉନତ୍‍ ପ୍ରତି କୃଷକଙ୍କ ପିଛା ବାର୍ଷିକ ଅତିରିକ୍ତ ହାରାହାରି ୩୧,୭୦୦ ଟଙ୍କା ଆୟ ସୃଷ୍ଟି କରିବାରେ ସମର୍ଥ କରାଇଛି । ଆଳୁ ଚାଷରୁ ପ୍ରତ୍ୟେକ ଚାଷୀ ପ୍ରତ୍ୟେକ ଋତୁରେ ରେକର୍ଡ ୧୬୦୦୦ ଟଙ୍କା ଉପାର୍ଜନ କରିବା ସହିତ ଛତୁ ଚାଷରୁ ମାସିକ ୩୦୦୦ ଟଙ୍କା ଆୟ କରୁଛନ୍ତି । ଗତବର୍ଷ ବିଭିନ୍ନ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମରୁ ଏହି ବ୍ଲକ୍‍ଗୁଡିକରେ ୩୨୪.୫୦ ଲକ୍ଷ ଟଙ୍କା ଯୋଗାଡ କରାଯାଇପାରିଛି । ଏହି ଉତ୍ସାହଜନକ ଫଳାଫଳ ଏହାର ଅଂଶୀଦାରଙ୍କ ମଧ୍ୟରେ ଆସ୍ଥାଭାବକୁ ଦୃଢୀଭୂତ କରିଛି ।” “ପ୍ରକଳ୍ପ କାର୍ଯ୍ୟକାରୀ ହେଉଥିବା ଗ୍ରାମଗୁଡିକରୁ ୩୩ ଜଣ କୃଷି ଉଦ୍ୟୋଗୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଅଧିକ ତାଲିମ ପ୍ରଦାନ ଏବଂ ସେମାନଙ୍କର ସାମର୍ଥ୍ୟରେ ବୃଦ୍ଧି ଘଟାଇବା ପ୍ରୟାସ ଆଗେଇ ଚାଲିଛି । ଏହି କୃଷି ଉଦ୍ୟୋଗୀମାନେ ପରିବର୍ତ୍ତନର ଗୁରୁତ୍ୱପୂର୍ଣ୍ଣ ବାହକ ହେବେ ଏବଂ କଷ୍ଟମ୍‍ ହାୟାରିଂ ସେଣ୍ଟର, ଗୋସମ୍ପଦ ପାଇଁ ଗୋଟିଏ ସ୍ଥାନରେ ସମସ୍ତ ସମାଧାନ (ଟିକା, ଖାଦ୍ୟ ଏବଂ ଉପକରଣ), କୃଷିଜାତ ସାମଗ୍ରୀକୁ ଏକତ୍ର କରିବା ଏବଂ ଏହାର ବିପଣନ ଆଦି କ୍ଷେତ୍ରରେ ସହାୟତା କରି ଗୋଷ୍ଠୀକୁ ସେବା ଯୋଗାଇଦେବେ,” ବୋଲି ଶ୍ରୀ ବେଗ୍‍ କହିଛନ୍ତି । ଶ୍ରୀ କୁଲଦୀପ ସିଂ, ସିଓଓ, ବିଆର୍‍ଏଲଏଫ କହିଛନ୍ତି, “ତୃଣମୂଳ ସ୍ତରରେ ଏହି କାର୍ଯ୍ୟକ୍ରମ ରୂପାୟନ ପାଇଁ ସେଣ୍ଟର ଫର ୟୁଥ ଆଣ୍ଡ ସୋସିଆଲ ଡେଭଲପମେଣ୍ଟ (ସିୱାଇଏସ୍‍ଡି) କାଶୀପୁରରେ ଏବଂ ଜନସାହାଯ୍ୟ ଥୁଆମୂଳ ରାମପୁରରେ ବିଆର୍‍ଏଲଏଫର ସହଭାଗୀ ଭାବରେ କାର୍ଯ୍ୟ କରୁଛନ୍ତି ।

Pearl dental clinic
Near Ashish Medical Store, Bhawanipatna


ଏହି ପ୍ରକଳ୍ପ ଅଧୀନରେ ଏପର୍ଯ୍ୟନ୍ତ ୧୫ ସିଆରଏଲ୍‍ପି (କ୍ଲଷ୍ଟର ରିଭର ଲିଫ୍ଟ ପଏଣ୍ଟ), ୭ ଡିବିଆଇ (ଡାଇଭର୍ସନ ବେସ୍‍ଡ ଇରିଗେସନ), ୭ କେନାଲ, ୧୪ ଫାର୍ମ ପଣ୍ଡ୍‍ ଆଦି ସରକାରୀ ବିଭାଗଗଗୁଡିକ ପାଣ୍ଠିରେ କାର୍ଯ୍ୟକାରୀ କରାଯାଉଛି, ଯଦ୍ଦ୍ୱାରା କୃଷକମାନେ ବିଭିନ୍ନ ଚାଷକାର୍ଯ୍ୟ କରିବା ନିମନ୍ତେ ସେମାନଙ୍କୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଇପାରିବ । କୁକୁଡା ପାଳନ, ଆଳୁ ଓ ଛତୁ ଚାଷକୁ କାଶୀପୁର କୃଷି-ପୁଞ୍ଜରେ ପ୍ରୋତ୍ସାହିତ କରାଯାଉଥିବାବେଳେ ପିଆଜ, ପନିପରିବା, ସୂର୍ଯ୍ୟମୁଖୀ ଚାଷ ଥୁଆମୂଳ ରାମପୁର ଅଞ୍ଚଳରେ କୃଷି ଉତ୍ପାଦନ ପୁଞ୍ଜରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଚାଷକାର୍ଯ୍ୟ ଭାବରେ ଉଭା ହେଉଛି ।

Udyog Nursery
Udyogi Nursery


୩୧୪ ପରିବାରକୁ ଏନ୍‍ଟିଏଫପି (ନନ୍‍ ଟିମ୍ବର ଫରେଷ୍ଟ ପ୍ରଡ୍ୟୁସ) କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି । ସିଆଳି ପତ୍ର ପୁଞ୍ଜର ବିକାଶ, ବିପଣନ ଏବଂ ତେନ୍ତୁଳିକୁ ମୂଲ୍ୟଯୁକ୍ତ କରିବା କାର୍ଯ୍ୟକୁ ଏନଟିଏଫ୍‍ପି ଅଧୀନରେ ଗୁରୁତ୍ୱପୂର୍ଣ୍ଣ ଶସ୍ୟ ଭାବରେ ସାମିଲ କରାଯାଉଛି । ଘର ପଛପଟେ କୁକୁଡା ପାଳନ, ଛେଳିମାନଙ୍କର ଟିକାକରଣକୁ ପ୍ରୋଜେକ୍ଟ ଉନତ୍‍ ଅଧୀନରେ ଗୋସମ୍ପଦ ପ୍ରୟାସ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବରେ ଗ୍ରହଣ କରାଯାଉଛି ଏବଂ ଏପର୍ଯ୍ୟନ୍ତ ଏହି ପ୍ରୟାସରେ ୭୩୧ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇସାରିଛି ।” ଓଡ଼ିଶାରେ ଆଦିତ୍ୟ ବିର୍ଲା ଗ୍ରୁପ୍‍ ୫ ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହିତ ପାଞ୍ଚଟି ଜିଲାର ୧୨୮ ଗ୍ରାମରେ ବାସ କରୁଥିବା ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନକୁ ସ୍ପର୍ଶ କରୁଛି । ଗ୍ରୁପ୍‍ର ସିଏସ୍‍ଆର କାର୍ଯ୍ୟକ୍ରମ ଶ୍ରୀମତୀ ରାଜଶ୍ରୀ ବିର୍ଲା, ଚେୟାରପର୍ସନ, ଆଦିତ୍ୟ ବିର୍ଲା ସେଣ୍ଟର ଫର କମ୍ୟୁନିଟି ଇନିସିଏଟିଭ୍‍ ଆଣ୍ଡ ରୁରାଲ ଡେଭଲପମେଣ୍ଟଙ୍କ ନେତୃତ୍ୱରେ ପରିଚାଳିତ ହେଉଛି, ଯାହାଙ୍କର ଲକ୍ଷ୍ୟ ହେୁଛି “ଆମେ ଆମର କାର୍ଯ୍ୟ ପରିଚାଳନା କରୁଥିବା ସ୍ଥାନଗୁଡିକରେ ବାସ କ ରୁଥିବା ଜନସାଧାରଣଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶ ପ୍ରତି ସକ୍ରିୟ ଭାବରେ ଅବଦାନ ରଖିବା । ୟୁଏନ୍‍ ଏସ୍‍ଡିଜି ଲକ୍ଷ୍ୟ ଅନୁଯାୟୀ ଅବହେଳିତ ଜନସାଧାରଣଙ୍କ ଜୀବନକୁ ଭାରାକ୍ରାନ୍ତ କରୁଥିବା ଦାରିଦ୍ର‌୍ୟ ବୋଝକୁ ଲାଘବ କରିବା ଏବଂ ସମାବେଶୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା । ଏହା କରିବା ଦ୍ୱାରା ସମାଜର ଦୁର୍ବଳ ଓ ନାମମାତ୍ର ବର୍ଗଙ୍କ ଜୀବନକୁ ଏକ ଉନ୍ନତ ଏବଂ ଦୀର୍ଘସ୍ଥ୍ରାୟୀ ଜୀବନ ନିର୍ବାହ ମାର୍ଗ ପ୍ରଦର୍ଶନ କରାଯାଇପାରିବ ।”

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.