ଦିନରାତି ଚାଲିଛି ନର୍ଲାର ଷ୍ଟ୍ରୀଟ୍ ଲାଇଟ୍ ସେବା !

ବଢୁଛି ଅଯଥା ବିଦ୍ୟୁତ୍ ବିଲ୍

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜଳ, ବିଦ୍ୟୁତ ସଂରକ୍ଷଣ କରିବା ପାଇଁ ଚାରିଆଡେ ନାରା ଯୋରଦାର ଚାଲିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ନର୍ଲା ଗ୍ରାମ ପଞ୍ଚାୟତରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ବିଗତ ଦୁଇ ଦଶନ୍ଧି ଧରି ଅର୍ଥାତ୍ ୧୯୯୫ ମସିହାରୁ ନର୍ଲାକୁ ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତ ସେବା ବନ୍ଦ ହୋଇ ପଡି ରହିଥିବା ବେଳେ ଗତ ୨୦୧୭ରେ ନର୍ଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବରେ ନର୍ଲାର ଉଦୀୟମାନ ଯୁବକ ଚିରଞ୍ଜିବୀ ଗୌଡିଆ ଦାଇତ୍ୱ ନେବାପରେ ଷ୍ଟ୍ରିଟ୍ ଲାଇଟ୍ ସେବା ପୁଣି ଆରମ୍ଭ ହୋଇ ନର୍ଲା, ଦେହେଲି ଚାରିଛକ ରାସ୍ତାକଡ ଆଲୋକିତ ହୋଇ ଉଠିଥିଲା । ଜନ ସାଧାରଣ ଆନନ୍ଦିତ ହେଲେ । ବର୍ତ୍ତମାନ ୨୦୨୨ ମାର୍ଚ୍ଚରୁ ନୂତନ ସରପଞ୍ଚ ନିର୍ବାଚିତ ହେବାପରେ ମଧ୍ୟ ଷ୍ଟ୍ରିଟ ଲାଇଟ ସେବା ବଳବତ୍ତର ରହିଛି । ହେଲେ ଅନେକ ସ୍ଥାନର ଷ୍ଟ୍ରିଟ ଲାଇଟ ଗୁଡିକ ବିଭିନ୍ନ କାରଣରୁ ବନ୍ଦ ହୋଇ ପଡ଼ିଥିବା ଦୃଶ୍ୟମାନ ହେଉଛି । ଗ୍ରାମ ପଞ୍ଚାୟତ ଦାଇତ୍ୱରେ ରହିଥିବା ବିଦ୍ୟୁତ କର୍ମଚାରୀ ମାନଙ୍କ ଖାମ ଖିଆଲି ମନୋଭାବ ଯୋଗୁଁ ଦିନ ତମାମ ଷ୍ଟ୍ରିଟ୍ ଲାଇଟ୍ ଗୁଡିକ ଜଳୁଥିବାର ମଧ୍ୟ ଦୃଶ୍ୟମାନ ହେଉଛି । ଏଥିରୁ ଜଣାପଡୁଛି ଅଯଥାରେ ବିଦ୍ୟୁତ ଶୁଳ୍କ ବଢି ପୁଣି ଏହି ସେବା ଅଳ୍ପ କେଇ ଦିନ ମଧ୍ୟରେ ବନ୍ଦ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବିଶେଷ କରି ନର୍ଲା ଚାରିଛକରେ ରହିଥିବା ୪ ମୁହାଁ ଷ୍ଟ୍ରିଟ ଲାଇଟ ଦିନରାତି ଜଳୁଥିବାର ଦେଖିବାକୁ ମିଳୁଛି । ଏ ବିଷୟରେ ଗ୍ରାମ ପଞ୍ଚାୟତ କତ୍ତୃପକ୍ଷଙ୍କ ମତାମତ ନେବାରୁ ଏଥିପାଇଁ ତ ଲୋକ ରଖାଯାଇନି । ଆଗରୁ ରହିଥିବା ନର୍ଲା ସରପଞ୍ଚ ଶ୍ରୀ ଗୌଡିଆ ଏସବୁର ପରିଚାଳନା ପାଇଁ ସ୍ଥାନୀୟ ଲୋକ କାହାକୁ ଦାଇତ୍ୱ ଦେଇଥିଲେ । ସେ ଏସବୁ କାମ କରୁଥିଲା । ହେଲେ ନୂଆ ସରପଞ୍ଚ ଆସିବା ପରେ ଏସବୁର ପୁଣି ନୂଆ ଭାବରେ ବ୍ୟବସ୍ଥା କରାଯିବ । ଗ୍ରାମ ପଞ୍ଚାୟତ ଅଧିନସ୍ଥ ଷ୍ଟ୍ରିଟ ଲାଇଟ ପରିଚାଳନା ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.