ଅଧ୍ୟାପକ ଅଶୋକ କୁମାର ପଟ୍ଟନାୟକଙ୍କ ବିୟୋଗରେ ଶୋକ ସଭା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଥୁଆମୂଳ ରାମପୁର ସ୍ଥିତ ମା ମାଣିକେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ସ୍ବର୍ଗତ ଅଶୋକ କୁମାର ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶୋକସଭା ମହାବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । +୨ ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନାଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ ଶୋକସଭାରେ ସ୍ବର୍ଗତ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିବା ସହିତ କୃଷି, ଶିକ୍ଷା, ପରିବେଶ ସଚେତନତା, ବୃକ୍ଷରୋପଣ, ଯୁବ ସଂଗଠନ, ତଥା ବିବିଧ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କରେ ଉପସ୍ଥିତ ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସ୍ମୃତିଚାରଣ କରିଥିଲେ । ଏହି ସଭାରେ ମା ମାଣିକେଶ୍ୱରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ସମୀର ସାହୁ, ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ବଳଭଦ୍ର ବାଗ, ପରୀକ୍ଷିତ ମାଝୀ, ନୀଳାଚଳ ନାଗ, ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ, ସରୋଜ କୁମାର ପତଯୋଶୀ, ଉଦ୍ଧବ ବାରିକ, ଶେକ ଅକତର, ଗ୍ରନ୍ଥାଗାର ପ୍ରଶାନ୍ତ ମୁଣ୍ଡଛିନା ସହିତ ପୂର୍ବତନ ଛାତ୍ରୀ ଅବନ୍ତି ନାଏକ, ପ୍ରିୟତମା ନାଏକ ପ୍ରମୁଖ ତାଙ୍କର ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଏକ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.