ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷାଙ୍କ ତ୍ବରିତ ପଦକ୍ଷେପ ଯୋଗୁଁ ବଞ୍ଚିଗଲା ଅନେକ ଅମୂଲ୍ୟ ଜୀବନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ନର୍ଲା – ଲାଞ୍ଜିଗଡ଼ରୋଡ ରାସ୍ତାର ଗୋବର୍ଦ୍ଧନପୁର ଗାଁ ନିକଟରେ ଆଜି (ବୁଧବାର) ସନ୍ଧ୍ୟା ୭ଟା ସମୟରେ ଘଟିଛି ଏକ ସଡକ ଦୁର୍ଘଟଣା। ମଦନପୁର ରାମପୁରରୁ ମୁଷାନାଳକୁ ବରଯାତ୍ରୀ ଯାଉଥିବା ସମୟରେ ପିକଅପ୍ ଭ୍ୟାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଛଅଜଣ ବରଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ ପିକଅପ୍ ଭ୍ୟାନଟି ଆହତଙ୍କୁ ଛାଡି ଫେରାର ହୋଇଯାଇଥିଲା। ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ଜରୁରୀ ଥିଲା। ତେବେ ଗୋବର୍ଦ୍ଧନପୁର ଗସ୍ତରେ ଆସି ବିଶ୍ୱନାଥପୁର ଫେରୁଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଦେଖି ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ଓ ତାଙ୍କ ସ୍ୱାମୀ ହରିଶ୍ଚନ୍ଦ୍ର ପାତ୍ର ତୁରନ୍ତ ନିଜ ଗାଡିରୁ ଓହ୍ଲାଇ ଆହତଙ୍କୁ ଉଦ୍ଧାର କରିବା ସହିତ ଦୁଇଟି ଆମ୍ବୁଲାନ୍ସ ଡକାଇ ଆହତମାନଙ୍କୁ ନର୍ଲା ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେ । ଏହି ସମୟରେ ଗୋବର୍ଦ୍ଧନପୁର ନାଏବ ସରପଞ୍ଚ ସଞ୍ଜିବ କୁମାର ପଣ୍ଡା, ସମାଜସେବୀ ପ୍ରସନ୍ନ କୁମାର ପରିଡା ମଧ୍ୟ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇବାରେ ସହାୟତା କରିଥିଲେ। ବର୍ତ୍ତମାନ ଆହତ ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି। ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ପାତ୍ର ଓ ତାଙ୍କ ସ୍ୱାମୀଙ୍କ ଏହି କାର୍ଯ୍ୟଧାରାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.