ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: କଳାହାଣ୍ଡିରୁ ପ୍ରକାଶିତ ଅ ପତ୍ରିକା ଓ ନାରୀ ଭିତ୍ତିକ ପତ୍ରିକା ପେଞ୍ଜୋରାଣୀର ମଇ ସଂସ୍କରଣ ଅନଲାଇନ ମାଧ୍ୟମରେ ଉନ୍ମୋଚିତ ହୋଇଯାଇଛି । ଖଡିଆଲ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ଦ୍ରୌପଦୀ ଜଗତ ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଉନ୍ମୋଚନ ପର୍ବର ଶୁଭାରମ୍ଭ କରିଥିଲେ । ସହଯୋଗୀ ଡୁଲେଶ୍ୱର କୁମାର ସାହୁ ଆସରକୁ ଉପସ୍ଥାପନା କରିଥିବା ବେଳେ କବୟତ୍ରୀ ଦିପ୍ତିମୟୀ ସେଠ ସଂଯୋଜନା କରିଥିଲେ । ବିଶିଷ୍ଟ ଭାଷାବିତ ତଥା ଓଡ଼ିଆ ଅଧ୍ୟାପକ ପରମେଶ୍ବର ମୁଣ୍ଡ ଓ ସୁଦୂର ଆମେରିକାରୁ ସାହିତ୍ୟ ପ୍ରେମୀ ରଞ୍ଜିତ କୁମାର ସାହୁ ଉପସ୍ଥିତ ରହି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଅ ପତ୍ରିକାର ସଭାପତି ତଥା ପ୍ରତିଷ୍ଠାତା ନରେଶ କୁମାର ସାହୁ, ସମ୍ପାଦକ ବିଶ୍ଵନାଥ ସାହୁ ଓ ଯୁଗ୍ମ ସମ୍ପାଦକ କାହ୍ନୁ ଚରଣ ସାହୁ ସାହିତ୍ୟର ଉନ୍ନତି ଦିଗରେ ବାର୍ତ୍ତା ଦେବା ସହ ନବ ପ୍ରତିଭା ମାନଙ୍କୁ ସାହିତ୍ୟ ସର୍ଜନା କରିବା ପାଇଁ ଉତ୍ସାହିତ କରିଥିଲେ । ଆସରରେ ଚମ୍ପାବତୀ ରଣା, ପିଙ୍କୁ ରଣବିଡା, ଦମୟନ୍ତୀ କିଷାନ, ଟିକେମଣି ବୁଦ୍ଧିଆ, ଲିପୁନ ସାହୁ, ସ୍ବାଗତିକା ମିଶ୍ର, ରଣଜିତ ସାହୁ, ରେଖା ଭୋଇ, ବିନୋଦ ନାଗ, ଯୋଶୋଦା ମାଝୀ, ଗୈାରୀ ମେହେର, କ୍ରିଷ୍ଣା ନାଗ, ସଂଯୁକ୍ତା ସାହୁ, ବର୍ଷାରାଣୀ, ସଞ୍ଜିତା ପଧାନ, ଭଗତ ସାହୁ, ଚନ୍ଦନ ସାହୁ, ଉଦ୍ଧବ କୁମ୍ଭାର, ସୁକୃତି ମହାପାତ୍ର, ସାୟନ୍ତନି ବେହୁରା, ଅଞ୍ଜୁଳା ରଣା, କୃଷ୍ଣଚନ୍ଦ୍ର ବାରିକ, ଲମ୍ବୋଦର, ଲକ୍ଷ୍ମୀପ୍ରିୟା ସେଠ, ପଦ୍ମିନୀ ନାଏକ, ଭାରତୀ ପଣ୍ଡା, ସୁବାସିନୀ ସାମଲ, ଅନ୍ନପୂର୍ଣ୍ଣା ତ୍ରିପାଠୀ ପ୍ରମୁଖ କବି କବୟତ୍ରୀମାନେ ଯୋଗଦାନ କରି ନିଜର ସ୍ବରଚିତ କବିତାମାନ ପାଠ କରିଥିଲେ । ବାଲକୁମାର ସାହୁ, ଶରତ ସାହୁ ଓ ଦୀପକ ସାହୁ ସହଯୋଗ କରିଥିଲେ । ଶେଷରେ ଅ ପତ୍ରିକାର ମୁଖ୍ୟ ସମ୍ପାଦକ ତପନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।