ପୁଣି ୩ଟି ବିଦେଶୀ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ ପ୍ରେମ କବିତା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଇଟାଲୀ, ପୋଲିଶ ଏବଂ ଆଲବାନିୟନ ଭାଷାରେ ଅନୁଦିତ ହେଲା ଡ଼. ଭବାନୀ ଶଙ୍କର ନିଆଲଙ୍କ ବହୁ ଚର୍ଚ୍ଚିତ ପ୍ରେମ କବିତା ‘ସେଦିନ ବି’ । ଏହି କବିତା ଇଂରାଜୀରେ ଡ଼. ତପନ କୁମାର ରଥଙ୍କ ଦ୍ୱାରା ଅନୁଦିତ ହେବା ପରେ ଇଟାଲୀ ଭାଷାରେ ବିଶିଷ୍ଟ ଇଟାଲୀଅନ କବି ଫ୍ରାନକା କୋଲୋଜୋ ଯିଏ ଆମେରିକା ୟୁନିଭର୍ସିଟିରେ ଅନରାରୀ ପିଏଚଡ଼ି କରି ନ୍ୟୁୟର୍କ ୟୁନିଭର୍ସିଟିରେ ଗବେଷଣା କରୁଛନ୍ତି । ସେ ଉକ୍ତ କବିତାକୁ ତାଙ୍କ ଇଟାଲୀ ପତ୍ରିକା ଲାରେଚେରଚେ. ଇଟ ରେ ପ୍ରକାଶିତ କରିଛନ୍ତି । ସେଭଳି ଭାବରେ ଉକ୍ତ କବିତାକୁ ପୋଲିଶ ଭାଷାରେ ଅନୁଦିତ କରିଛନ୍ତି ବିଶିଷ୍ଟ କବି, ବହୁ ପତ୍ର ପତ୍ରିକାର ସମ୍ପାଦକ, ଅନୁବାଦକ, ଆନ୍ତାର୍ଜାତିକ ଖ୍ୟାତନାମ କବି ‘ମାଗଡ଼ାଲେନା କାପୁସସିନକା’ । ଯିଏ ଜଣେ ଦକ୍ଷ ଅନୁବାଦକ, ପୋଲିସ ଭାଷାର ଚର୍ଚ୍ଚିତ କବି, ସମ୍ପାଦକ ଏବଂ ବହୁ ପୁସ୍ତକର ରଚୟିତା ଅଟନ୍ତି । ସେ ଉକ୍ତ କବିତାକୁ ପୋଲାଣ୍ଡର ପୋଇଟାରିଏଟ ସାହିତ୍ୟ ପତ୍ରିକାରେ ପ୍ରକାଶନ କରିଛନ୍ତି ଏବଂ ବେଳଜିଅମ ସ୍ଥିତ ବିଶିଷ୍ଟ ଆଳବାନିୟନ କବି ପ୍ରଫେସର ଡ଼. ଜିଟନ କେଲମେଣ୍ଡି ଡ଼.ନିଆଲଙ୍କ କବିତାକୁ ଆଳବାନିୟନ ଭାଷାରେ ଅନୁଦିତ କରିଛନ୍ତି । ସେ ବେଲଜିୟମ ସ୍ଥିତ ବହୁ ସାହିତ୍ୟ ସଂଗଠନର ନିର୍ଦେଶକ ଏବଂ ସିଙ୍ଗାପୁରରେ ବିଶ୍ୱ ସଂସ୍କୃତି ଏବଂ କଳା ସମାଜର ପରାମର୍ଶଦାତା ଅଛନ୍ତି । ତାସହ ୟୁରୋପୀୟ ବିଜ୍ଞାନ ଏବଂ କଳା ଏକାଡେମୀର ସଦସ୍ୟ ଅଛନ୍ତି ଏବଂ ତାଙ୍କ ବେଳଜୀୟମ ସ୍ଥିତ ବହୁ ଚର୍ଚ୍ଚିତ ସାହିତ୍ୟ ପତ୍ରିକା ‘ ଇୱା ବୋଗଦାନୀ ‘ ରେ ତାଙ୍କ ଦ୍ୱାରା ଅନୁଦିତ ହେଇଥିବା କବିତା ପ୍ରକାଶିତ କରିଛନ୍ତି । ପୂର୍ବରୁ କ୍ରମାଗତ ଭାବେ କବି ନିଆଲଙ୍କ କବିତା ଇଂରାଜୀ, ଇଟାଲୀ, ରୁଷ, ଫ୍ରାନ୍ସ, ଚୀନ, ଆର୍ବିକ, ପାର୍ସିଆ, ପୋଲିସ, ସ୍ପେନିସ, ଆଳବାନିୟନ, ଫିଲିପିନୋ, ଭିଏତନାମା, ଜାପାନ, କିର୍ଗିଜ୍, ହିବ୍ରୁ ଭଳି ଆନ୍ତଃରାଷ୍ଟ୍ରୀୟ ଭାଷାରେ ଅନୁଦିତ ହୋଇଛି । ବର୍ତ୍ତମାନ କବି ଡ. ନିଆଲଙ୍କ କବିତା ପୁଣି ତିନୋଟି ବିଦେଶୀ ଭାଷାରେ ଅନୁଦିତ ହେବାପରେ ତାଙ୍କ ଜନ୍ମମାଟି କଳାହାଣ୍ଡି ସମେତ ରାଜ୍ୟର ଅନେକ ମହଳରେ ଖୁସିର ଲହରୀ ଖେଳିଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.