ସରିଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଗନ୍ଦରି ପାଏନ୍ ହାଏ ହାଏ’ର ସୁଟିଂ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ବଣ ପାହାଡ଼ ଘେରା ସାହାଜଖୋଲ ଜଙ୍ଗଲ ପାଦଦେଶରେ ଥିବା କୋକସରା ବ୍ଲକ ଆମପାଣି ନୂଆପଡ଼ା ଗାଁ ନିକଟରେ ଶେଷ ହୋଇଛି କାରୁଣ୍ଡ ପ୍ରଡକ୍ସନ ପ୍ରାୟୋଜିତ ସଚେତନତାଧର୍ମୀ କ୍ଷୁଦ୍ର ଚଳଚ୍ଚିତ୍ର ‘ଗନ୍ଦରି ପାଏନ୍ ହାଏ ହାଏ’ର ସୁଟିଂ। ମଦ ଯୋଗୁଁ କେମିତି ଗ୍ରାମାଞ୍ଚଳରେ ଥିବା ପରିବାର ମଧ୍ୟରେ ଅଶାନ୍ତି ସହ ଗଣ୍ଡଗୋଳ ସୃଷ୍ଟି ହେଉଛି ସେନେଇ ଜନସାଧାରଣଙ୍କୁ ସଚେତନ କରିବା ଏହି କ୍ଷୁଦ୍ର ଚଳଚ୍ଚିତ୍ରର ମୁଖ୍ୟ ଉଦ୍ଦେଶ୍ୟ। ଚଳଚ୍ଚିତ୍ରକୁ ପ୍ରଶାନ୍ତ ମୁନି ରଚନା କରିଥିବା ବେଳେ ପ୍ରଦୀପ ଡି ମାଝୀ ନିର୍ଦ୍ଦେଶନା ଦେଇଛନ୍ତି। ବିଭିନ୍ନ ଭୂମିକାରେ ଗୋବର୍ଦ୍ଧନ ବାଗ, ପ୍ରୀତି ରାଉତ, ପ୍ରଶାନ୍ତ ମୁନି, କୁମୁଦ ଚନ୍ଦ୍ର ପୁଝାରୀ, ଦୟାନିଧି ନାଏକ, ବିନୋଦ ସିଂ, ବ୍ରଜ ମୋହନ ପୁଝାରୀ, ଦୁଷ୍ମନ୍ତ ଦାସ, ପିଣ୍ଟୁ ଦାସ, ମିଳୁ ପ୍ରମୁଖ ଅଭିନୟ କରିଛନ୍ତି। କଳାହାଣ୍ଡିର ଜଣେ ବିଖ୍ୟାତ ନାଟ୍ୟ ନିର୍ଦ୍ଦେଶକ ଭାବରେ ପ୍ରଦୀପ ଡି.ମାଝୀଙ୍କ ସୁନାମ ରହିଛି। ତେଣୁ ତାଙ୍କର ନିର୍ଦ୍ଦେଶନା ସହ ଦମଦାର ସ୍କ୍ରିପ୍ଟ, ସୁନ୍ଦର ପ୍ରାକୃତିକ ପରିବେଶ ଓ କଳାକାରମାନଙ୍କ ନିଖୁଣ ଅଭିନୟ ଯୋଗୁଁ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଦ୍ବାରା ବେଶ୍ ଆଦୃତ ହେବ ବୋଲି ଆଶା କରାଯାଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.