ସାର ଚୋରା ଚାଲାଣ ଧରାପଡିବା ପରେ ଚେଇଁଲା ପ୍ରଶାସନ: ୪ ସାର ଦୋକାନ ଯାଞ୍ଚ କଲେ ଅଧିକାରୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଧର୍ମଗଡ଼ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ କୋକସରା ଅତିରିକ୍ତ ତହସିଲଦାର କମାଳାସନ ରଥ ଓ କୋକସରା କୃଷି ଅଧିକାରୀ ଲିଙ୍ଗରାଜ ମେହେର ମୋଟେର ଠାରେ ଥିବା ରାଠୋଡ଼ ଏଗ୍ରୋ, ଆର କେ ଏଗ୍ରୋ ଫାର୍ମ, କୃଷକବନ୍ଧୁ ଫର୍ଟିଲାଇଜର ସମେତ କୋକସରା ଠାରେ ଥିବା ସାରଙ୍ଗିନୀ ଫର୍ଟିଲାଇଜର ହୋଲସେଲର ଦୋକାନ ଓ ଗୋଦାମରେ ଷ୍ଟକ ଯାଞ୍ଚ କରିବା ସହ ସାର ପରିବହନ, ବିକ୍ରୟ ବିବରଣୀ ଓ ଷ୍ଟକ ତଦାରଖ କରିଛନ୍ତି। ତେବେ ଯାଞ୍ଚ ସମୟରେ ସାର ଦୋକାନରେ ଚାଷୀଙ୍କ ଅବଗତି ପାଇଁ ବିଭିନ୍ନ ରାସାୟନିକ ସାରର ମୁଲ୍ୟ ତାଲିକା ଟଙ୍ଗା ଯାଇନଥିବା ଦେଖିବାକୁ ମିଳିଛି। ଏଠାରେ ପ୍ରକାଶଯୋଗ୍ୟ ଯେ, କୋକସରା ବ୍ଲକରେ ୫ ଜଣ ହୋଲସେଲର ଓ ୭୧ ରିଟେଲର ସାର ବ୍ୟବସାୟୀଙ୍କୁ କୃଷିବିଭାଗ ପକ୍ଷରୁ ଲାଇସେନ୍ସ ଦିଆଯାଇଛି। ତେବେ ଅନେକ ସ୍ଥାନରେ ଧାର୍ଯ୍ୟ ମୁଲ୍ୟ ଠାରୁ ଅଧିକ ଦାମ ରେ ସାର ବିକ୍ରି ହେଉଥିବା ନେଇ ଚାଷୀମାନେ ଅଭିଯୋଗ ଆଣିଛନ୍ତି। ଅନେକ ସାର ଦୋକାନୀ ରାସାୟନିକ ସାର ସହ ଅଣୁ ସାର ଟେଗ କରି ଚାଷୀଙ୍କୁ ନେବାକୁ ବାଧ୍ୟ କରୁଥିବା ମଧ୍ୟ ପୂର୍ବରୁ ଚାଷୀ ଅଭିଯୋଗ କରିଛନ୍ତି। ଲାଇସେନ୍ସ ପ୍ରାପ୍ତ ସାର ହୋଲସେଲର ଦୋକାନକୁ ସରକାରୀ ହିସାବରେ କେତେ ପରିମାଣର ସାର ଯୋଗାଣ ହୋଇଛି ତାହାର ସଠିକ ତଥ୍ୟ ମଧ୍ୟ କୃଷିବିଭାଗରୁ ମିଳୁନାହିଁ। ଏନେଇ କୋକସରା ଅତିରିକ୍ତ ତହସିଲଦାରଙ୍କ ପ୍ରତିକ୍ରିୟା ନେବାରୁ ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଯାଞ୍ଚ ଚାଳିଛି ବୋଲି କହିଛନ୍ତି। ତେବେ ଗତ ରବିବାର କୋକସରାରୁ ନବରଙ୍ଗପୁର ଜିଲ୍ଲାକୁ ସାର ଚୋରା ଚାଲାଣ ବେଳେ ଆମପାଣି ଥାନା ନିକଟରେ ଏକ ଟ୍ରକରୁ ୩୫୦ ବସ୍ତା ୟୁରିଆ ସାର ଧରାପଡିବା ଘଟଣା ପରେ ଚେଇଁଛି ଜିଲ୍ଲା ପ୍ରଶାସନ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.