ସିବିଏସ୍ଇ ଦଶମ ପରୀକ୍ଷା ଫଳ : ସୁଧନ୍ୟା ପତି ଓଏଭି ରାଜ୍ୟ ଟପ୍ପର୍

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ପ୍ରକାଶ ପାଇଛି ସିବିଏସ୍ଇ ଦଶମ ପରୀକ୍ଷା ଫଳ। ଏଥିସହ ପ୍ରକାଶିତ ହୋଇଛି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି) ଟପ୍ ଟେନ୍ ତାଲିକା। ଏଥିରେ କଳାହାଣ୍ଡି ଜିଲ୍ଲା ମୁସିଗୁଡ଼ା ଓଏଭିର ଛାତ୍ରୀ ସୁଧନ୍ୟା ପତି ୯୯.୬% ନମ୍ବର୍ ରଖି ରାଜ୍ୟ ଟପ୍ପର୍ ବିବେଚିତ ହୋଇଛନ୍ତି। ତାଙ୍କ ତଳକୁ ମୟୁରଭଞ୍ଜ ଜିଲ୍ଲା ଗରୁଡ଼ବସା ଓଏଭିର ବୈବଶ୍ଵେତା ଆଚାର୍ଯ୍ୟ ଦ୍ଵିତୀୟ, କେନ୍ଦୁଝର ଜିଲ୍ଲା ସଲପଡ଼ା ଓଏଭିର ଲୋରାଶ୍ରୀ ବେହେରା ତୃତୀୟ, ମୟୁରଭଞ୍ଜ ଜିଲ୍ଲା ଗରୁଡ଼ବସା ଓଏଭିର ପ୍ରୟାସ ପରିଡ଼ା ଚତୁର୍ଥ, ଗଂଜାମ ଜିଲ୍ଲା ପକିଡିହିଲ ଓଏଭିର ଓମପ୍ରକାଶ ସେଠୀ ପଞ୍ଚମ, ନୟାଗଡ଼ ଜିଲ୍ଲା ନୋଟାର ଓଏଭିର ଏସ୍ ଶୁଭ ଶତାବ୍ଦୀ ଷଷ୍ଠ, ଯାଜପୁର ଜିଲ୍ଲା ଗୋହିରାପାତୋଳି ଓଏଭିର ଇତିପ୍ରଭା ବେହେରା ସପ୍ତମ, ବାଲେଶ୍ଵର ଜିଲ୍ଲା ସୁତେଇ ଓଏଭିର ଆଦ୍ୟଶା ପଣ୍ଡା ଅଷ୍ଟମ, ମୟୂରଭଞ୍ଜ ଜିଲ୍ଲା ମହୁଳିଆ ଓଏଭିର ମିନାକ୍ଷୀ ମିଶ୍ର ନବମ ଓ ସୁନ୍ଦରଗଡ଼ ଜିଲ୍ଲା ବାବୁନୂଆଗାଁ ଓଏଭିର ରୋନକ କୁମାର ସାହୁ ଦଶମ ସ୍ଥାନରେ ରହିଛନ୍ତି। ଭବାନୀପାଟଣା ନିବାସୀ ବିଶିଷ୍ଟ ଶିକ୍ଷାବିତ୍ ଜୟନ୍ତ କୁମାର ପତି ଓ ସଂଗୀତା ପତିଙ୍କ ସୁପୁତ୍ରୀ ସୁଧନ୍ୟା ନିରନ୍ତର ଅଧ୍ୟୟନ, କଠିନ ପରିଶ୍ରମ, ପିତାମାତା ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉତ୍ସାହ ଓ ଆଶୀର୍ବାଦ ଯୋଗୁଁ ସଫଳ ହୋଇଥିବା କହିଛନ୍ତି। ସେ ଆଇଆଇଟିରେ ସ୍ପେସ୍ ଟେକ୍ନୋଲୋଜି ପଢ଼ିବା ସହ ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଥିବା ‘ଓଡ଼ିଆ ବାର୍ତ୍ତା’କୁ ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ ସଫଳତାରେ ଦେବଗିରି ସାଂସ୍କୃତିକ ଅନୁଷ୍ଠାନ, ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନ୍ ସମେତ ରାଜ୍ୟର ବିଭିନ୍ନ ଅନୁଷ୍ଠାନ, ଶିକ୍ଷାବିତ୍ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.