ସାହିତ୍ୟ ଜୀବନ ପକ୍ଷରୁ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର

ଓଡ଼ିଆ ବାର୍ତ୍ତା/ ସମ୍ବଲପୁର: ସାହିତ୍ୟ ଜୀବନ ସାହିତ୍ୟ ସଂସଦ ପକ୍ଷରୁ ଏକ ଆଭାସୀ ଆଲୋଚନା ଚକ୍ର ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ପବିତ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଆସରକୁ ଉପସ୍ଥାପିକା ଶ୍ରୋତସ୍ୱିନୀ ପରିଡା ପରିଚାଳନା କରିଥିବା ବେଳେ ସାଗର କୁମାର ପରିଡ଼ା ବେଦମନ୍ତ୍ର ପାଠ କରି ସଭାରମ୍ଭ କରିଥିଲେ । ଅନୁଷ୍ଠାନର ପରିଚାଳନା ସମ୍ପାଦିକା ରୀତା ଅପରାଜିତା ମହାନ୍ତି ସ୍ୱାଗତ ସଂଗୀତ ଗାନ କରିବା ସହ ଅତିଥି ଆମନ୍ତ୍ରଣ ମଧ୍ୟ କରିଥିଲେ । ଉପ ସଭାପତି ଶୋଭାଗୀନି ନନ୍ଦ ଭାରତବର୍ଷର ସ୍ୱାଧୀନତା ଉପରେ ସୁନ୍ଦର ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଦସ୍ୟ କିଶୋର ଚନ୍ଦ୍ର ପ୍ରଧାନଙ୍କ ସହ ମୁଖ୍ୟ ବକ୍ତା ଭାବେ ରାଜଶ୍ରୀ ସାହିତ୍ୟ ସଂସଦର ହେମନ୍ତ ଜେନା ଯୋଗ ଦେଇଥିଲେ । ଏଥିରେ ବାଲେଶ୍ଵର ଜିଲ୍ଲାରୁ ପ୍ରଶାନ୍ତ କୁମାର ରାଉଳ, ଭଦ୍ରକ ଜିଲ୍ଲାରୁ ବସନ୍ତ କୁମାର ବେହେରା, ପ୍ରଭାତ କୁମାର ମଲ୍ଲିକ, ଯାଜପୁର ଜିଲ୍ଲାରୁ ସୁସ୍ମିତା ବାଭୀ, ମୁକ୍ତିରାଣୀ ଦେବତା, ସୁନିତା ଜେନା, କଟକ ଜିଲ୍ଲାରୁ ଶୁଭଶ୍ରୀ ମହାପାତ୍ର, ଗଞ୍ଜାମ ଜିଲ୍ଲାରୁ ଶିବାନନ୍ଦ ବାରିକ, ଭୁବନେଶ୍ୱରରୁ ତରୁଣ ବାଳା ମହାପାତ୍ର, ଜୟପୁର କୋରାପୁଟ ଜିଲ୍ଲାର ପୁଷ୍ପାଞ୍ଜଳି ସାହୁ, ଶୋଭାଗିନି ନନ୍ଦ, ମାଲକାନଗିରି ଜିଲ୍ଲାର କିଶୋର ଚନ୍ଦ୍ର ପ୍ରଧାନଙ୍କ ସହ ଭୁବନେଶ୍ଵରରୁ ରୀତା ଅପରାଜିତା ମହାନ୍ତି ପ୍ରମୁଖ କବି ଓ କବୟତ୍ରୀମାନେ କବିତା ପାଠ କରିବା ସହ ଓଡ଼ିଶାର କୋଣ ଅନୁକୋଣରୁ ସାହିତ୍ୟ ପ୍ରେମୀମାନେ ଏଥିରେ ସାମିଲ ହୋଇଥିଲେ । କବିତା ଗୁଡ଼ିକର ସଂଯୋଜନା ଜଗତସିଂହପୁର ଜିଲ୍ଲାର ଯୁବ ସଂଯୋଜିକା ଶକୁନ୍ତଳା ପରିଡ଼ା ଅତି ସୁନ୍ଦର ଭାବରେ କରିଥିଲେ । ଶୋଭାଗିନୀ ନନ୍ଦ କବିତା ଗୁଡ଼ିକ ସମୀକ୍ଷା କରି ସମସ୍ତ କବି କବୟତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଶେଷରେ ରୀତା ଅପରାଜିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.