ଅବ୍ୟବସ୍ଥା ଘେରରେ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, କେବେ ହେବ ସମସ୍ୟାର ସମାଧାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଅତ୍ୟନ୍ତ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ରହିଥିବା ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅବହେଳିତ ହୋଇ ପଡି ରହିଛି। ଏହି ଡାକ୍ତରଖାନା ସ୍ଥାପିତ ହୋଇ ୧୮ ବର୍ଷ ବିତିଗଲାଣି କିନ୍ତୁ ଏଯାଏଁ ବିଜୁଳି, ପାନୀୟ ଜଳ, ପାଚେରୀ ସମେତ ଷ୍ଟାଫ ରହିବା ପାଇଁ ଆବଶ୍ୟକ ସୁବିଧା ହୋଇପାରିନାହିଁ। ସ୍ୱାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଅନୁସାରେ କର୍ମଚାରୀ ରହୁଥିଲେ ମଧ୍ୟ୍ୟ ବିଭିନ୍ନ ସମୟରେ ରୋଗୀ ସେବା ଗୋଟିଏ ପ୍ରକାର ଠପ୍ ରହୁଛି। ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ଟି କୋଠରୀ ମଧ୍ୟରୁ ୫ଟି ବ୍ୟବହାର ଅନୁପଯୋଗୀ ହୋଇ ପଡି ରହିଛି। ଅଳ୍ପ ବର୍ଷାରେ ଛାତରୁ ପାଣି ଝରି କୋଠରୀରେ ଜମି ରହୁଛି, ଫଳରେ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଏହି ଅସୁବିଧା ପ୍ରତି ବ୍ଲକ ଏବଂ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ବାରମ୍ବାର ଜଣାଇବା ପରେ ମଧ୍ୟ ସଂପୃକ୍ତ ବିଭାଗର ନିଘୋଡ଼ ନିଦ ଭାଙ୍ଗୁ ନାହିଁ। ବେନଗାଁ ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ୫ଗୋଟି ପଞ୍ଚାୟତର ହାରାହାରି ୧୦ହଜାର ଲୋକ ନିର୍ଭର କରିଥାନ୍ତି। କିନ୍ତୁ ଏହି ଡାକ୍ତରଖାନା ପ୍ରତି ସ୍ବାସ୍ଥ୍ୟ ବିଭାଗର ଅଣଦେଖା ଯୋଗୁଁ ଦୁର୍ଗମ ଅଂଚଳବାସୀ ସ୍ୱାସ୍ଥ୍ୟ ସେବାରୁ ବାଦ ପଡୁଛନ୍ତି। ଏହି ଅଂଚଳର ଅଧିକାଂଶ ଗାଁକୁ ଅଦ୍ୟାବଧି ପକ୍କା ସଡକ ସଂଯୋଗ ହୋଇ ପାରିନାହିଁ। ମୋବାଇଲ ସେବାରୁ ମଧ୍ୟ ଲୋକେ ବଂଚିତ ରହିଛନ୍ତି। ଫଳରେ ଦୂର ଦୁରାନ୍ତରୁ ଆସୁଥିବା ରୋଗୀ ନାନା ଅସୁବିଧା ଭୋଗି ଖର୍ଚ୍ଚାନ୍ତରେ ପଡୁଛନ୍ତି କିନ୍ତୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ମିଳି ପାରୁନାହିଁ। ତେଣୁ ଉତ୍ତମ ଚିକିତ୍ସା ପାଇଁ ଗାଡି ଭଡାକରି ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡୁଛି ବୋଲି ଅଂଚଳବାସୀ ପ୍ରକାଶ କରିଛନ୍ତି। ତେଣୁ ବେନଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ୟା ପ୍ରତି ତୁରନ୍ତ ଦୃଷ୍ଟି ଦେଇ ଯଥାଶୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି ଅଂଚଳବାସୀ। ଅନ୍ୟପକ୍ଷରେ କେବେ ଏହି ସ୍ବାସ୍ଥ୍ୟ କେନ୍ଦ୍ର ସମସ୍ୟାର ସମାଧାନ ହେବ ତାହା ସମୟ କହିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.