ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ କଳାହାଣ୍ଡି କରଣ ସମାଜ ଚିତ୍ରଗୁପ୍ତ ମନ୍ଦିରର ସଭାଗୃହରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସମାଜର ଦିବଙ୍ଗତ ସଭ୍ୟ ଏବଂ ସଭ୍ୟାଙ୍କ ପାଇଁ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । କଳାହାଣ୍ଡି କରଣ ସମାଜର ସଭାପତି ରାମ ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ ଆଭିମୁଖ୍ୟ ପ୍ରଦାନ କରିଥିଲେ । ଚଳିତ ବର୍ଷ ଶ୍ରୀ ଶ୍ରୀ ଚିତ୍ରଗୁପ୍ତ ମହାପ୍ରଭୂଙ୍କ ପୂଜନୋତ୍ସବ ବିଷୟରେ ଆଲୋଚନା, ବାର୍ଷିକ ବିବରଣୀ ପଠନ, ସମାଜର ଆୟ ଏବଂ ବ୍ୟୟ ଅନୁମୋଦନ, ୨୦୨୨ ରୁ ୨୦୨୭ପାଇଁ ନୂତନ କର୍ମକର୍ତ୍ତା ଚୟନ ଏସବୁ ଥିଲା ଏହି ସାଧାରଣ ସଭାର ମୁଖ୍ୟ ଲକ୍ଷ । ଆଜିକାର ଏହି ସଭାରେ ବିଗତ ବର୍ଷର ବିବରଣୀ ପାଠ କରିଥିଲେ ସଂପାଦକ ପ୍ରଦୀପ କୁମାର ପଟ୍ଟନାୟକ। ବସନ୍ତ କୁମାର ପଟ୍ଟନାୟକ ଆୟ ଏବଂ ବ୍ୟୟ ଉପସ୍ଥାପନ କରିବାସହ ବିଭିନ୍ନ ଖର୍ଚ୍ଚ ସମ୍ପର୍କରେ ସୂଚନା ଦେଇଥିଲେ । ଆସନ୍ତା ପୂଜାରେ ବାର୍ଷିକ ଉତ୍ସବ ପାଳନ ପାଇଁ ଉଭୟ ପୁରୁଷ ଓ ମହିଳା ବିଭାଗ ଦ୍ୱାରା ପ୍ରତିଯୋଗୀତାର ଆୟୋଜନ ସମ୍ବନ୍ଧିୟ ଆଲୋଚନା କରାଯାଇଥିଲା । ପୂର୍ବବର୍ଷ ଯେଉଁ କମିଟି ରହିଥିଲା ସେହି କମିଟିକୁ ପୁର୍ନବାର ସାଧାରଣ ବୈଠକରେ ସମସ୍ତେ ଅନୁମୋଦନ କରି କାର୍ଯ୍ୟକରିବା ପାଇଁ ମତ ପ୍ରଦାନ କରିଥିଲେ । ସଭାପତି ରାମଶଙ୍କର ଦାସ, ଉପସଭାପତି ମନୋରଞ୍ଜନ ଦାସ, ହିମାଂଶୁ ଶେଖର ପଟ୍ଟନାୟକ, କାଳିନ୍ଦୀ ଚରଣ ପଟ୍ଟନାୟକ, ସାଧରଣ ସଂପାଦକ ଭାବେ ପ୍ରଦୀପ କୁମାର ପଟ୍ଟନାୟକ, ଯୁଗ୍ମ-ସଂପାଦକ ଅର୍ଜୁନ ଚରଣ ପଟ୍ଟନାୟକ, କୈଳାଶ ଚନ୍ଦ୍ର ପଟ୍ଟନାୟକ, ସହ-ସଂପାଦକ କୁମୁଦ ରଂଜନ ପଟ୍ଟନାୟକ, ସମିଞ୍ଚଳ ପୃଷେଠ୍, ପ୍ରମୋଦ କୁମାର ପଟ୍ଟନାୟକ, ଫକିର ଚନ୍ଦ୍ର ପଟ୍ଟନାୟକ, ମନୋଜ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷା ବସନ୍ତ କୁମାରୀ ପଟ୍ଟନାୟକ, କଳାହାଣ୍ଡି କରଣ ସମାଜର ଯୁବ ସଙ୍ଗଠକ ଭାବେ ପ୍ରଦୀପ କୁମାର ଦାସଙ୍କୁ ଚୟନ କରାଯାଇଛି । ଉପଦେଷ୍ଠା ମଣ୍ଡଳୀ ମଧ୍ୟରେ ଏଥର ନୂତନ ଭାବେ ଦିଲୀପ ଦାସଙ୍କୁ ରଖାଯାଇଛି । ସଭାରେ କେସିଙ୍ଗା ବ୍ଲକରୁ ରମେଶ ଚନ୍ଦ୍ର ପଟ୍ଟନାୟକ, ନଳୀନ ପଟ୍ଟନାୟକ, ରୁପ୍ରାରୋଡରୁ ପୁଷ୍ପକ ମହାନ୍ତି, ଜୟପାଟଣାରୁ ଜଗମୋହନ ପଟ୍ଟନାୟକ, ନର୍ଲାରୁ ସୁରେଶ ଚନ୍ଦ୍ର ଦାସ ଏବଂ ଲାଞ୍ଜିଗଡ ବ୍ଲକରୁ ଅରବିନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ ।