ଆମପାଣି ଠାରେ ରକ୍ଷକ ତାଲିମ ଶିବିର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାଧାରଣ ଲୋକଙ୍କ ଜୀବନ ରକ୍ଷା ପାଇଁ ଓ ଦୁର୍ଘଟଣା ଗ୍ରସ୍ତଙ୍କ ସାହାଯ୍ୟ କରିବାକୁ ଆହ୍ୱାନ ଦେଇ କୋକସରା ବ୍ଲକ ଆମପାଣି ପଞ୍ଚାୟତ ପରିସରରେ ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆଙ୍କ ମୁଖ୍ୟ ଆତିଥ୍ୟରେ “ରକ୍ଷକ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ଦୁର୍ଘଟଣା ସଚେତନତା ଓ ମୃତ୍ୟୁ ହାର କମେଇବା ଲକ୍ଷ୍ୟ ରଖି ସଚେତନ ବାର୍ତ୍ତା ପ୍ରଦାନ କରାଯାଇଥିଲା । ଦୁର୍ଘଟଣା ଘଟୁଥିବା ସ୍ଥାନ, ବ୍ଲାକ ସ୍ପଟ ଚିହ୍ନିତ ସ୍ଥାନ ମାନଙ୍କରେ ସାଧାରଣ ଦୋକାନୀ, ଡ୍ରାଇଭର, ସ୍ଥାନୀୟ ଯୁବକଙ୍କୁ ପ୍ରଶିକ୍ଷଣ ଦିଆ ଯାଇଛି । ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଆରଟିଓ ରାମନିବାସ ସିରକା କାର୍ଯ୍ୟକ୍ରମର ଉଦେଶ୍ୟ ଓ ରାସ୍ତା ଦୁର୍ଘଟଣା ସମ୍ପର୍କରେ ସଚେତନ କରେଇଥିଲେ । କାର୍ଯ୍ୟକ୍ରମର ତାଲିମ ଦାତା ଅଧ୍ୟାପକ ତଥା ପ୍ରାଥମିକ ଚିକିତ୍ସକ ମୋହନ ଚରଣ ବିଶି ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଗ୍ରାମପଞ୍ଚାୟତର ନାଏବ ସରପଞ୍ଚ, ଆରଟିଓ କର୍ମଚାରୀ, ଡ୍ରାଇଭର, ଓ ସାଧାରଣ ଜନତା କାର୍ଯ୍ୟକ୍ରମରେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.