ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି କର୍ମୀ ଓ ସହାୟିକା ସାମ୍ମୁଖ୍ୟର ଜିଲ୍ଳା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଳା ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ରାଜ୍ୟ ସଭାନେତ୍ରୀ ନନ୍ଦନୀ ପଣ୍ଡା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିବା ବେଳେ ଉପସଭାନେତ୍ରୀ ପ୍ରଭାତି ନଳିନୀ ଜେନା ଓ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାୟଗଡା ଜିଲ୍ଳା ସଭାପତି ତଥା ଅବିଭକ୍ତ କୋରାପୁଟ ଜିଲ୍ଳାର ସଂଯୋଜକ ନିରଂଜନ ପାତ୍ର ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଶ୍ରୀ ରାଓ ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସରକାରଙ୍କ ସମସ୍ତ ଯୋଜନାକୁ ସଫଳ ରୂପାୟନ କ୍ଷେତ୍ରରେ ନିଜ କର୍ତବ୍ୟ ପାଳନ କରୁଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କ ବେତନ ବୃଦ୍ଧି ଓ ସରକାରୀ ମାନ୍ୟତା ପାଇଁ ବିଳମ୍ବତା ଅବଲମ୍ବନ କରୁଛନ୍ତି । ତେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ନିଜ ରାଜକୋଷରୁ ବେତନ ଦେଇ ଆସୁଛନ୍ତି । କେନ୍ଦ୍ର ସରକାର କେବଳ କଥା କହୁଥିବା ବେଳେ କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଓଡିଶା ସରକାର ଆଗାମୀ ଦିନରେ କର୍ମୀମାନଙ୍କ ପାଇଁ ଅନେକ କିଛି କରିବାର ଯୋଜନା କରୁଛନ୍ତି ବୋଲି ଶ୍ରୀ ରାଓ କହିଥିଲେ ।
ସେହିପରି କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାକୁ ସହାୟିକା ତଥା ମିନି ଅଙ୍ଗନୱାଡି କର୍ମୀ ଭଉଣୀମାନେ ସଫଳ କରୁଥିଲେ ମଧ୍ୟ ସେମାନେ ସରକାରୀ ମାନ୍ୟତା ଓ ଉପଯୁକ୍ତ ବେତନରୁ ବଂଚିତ ହେଉଛନ୍ତି । ତେଣୁ ଆଗାମୀ ଦିନରେ ଅଙ୍ଗନୱାଡି ଉଭଣୀମାନଙ୍କ ମାସିକ ବେତନ ବୃଦ୍ଧି, ସରକାରୀ ମାନ୍ୟତା, ଏସଏନପିର ମୂଲ୍ୟ ବୃଦ୍ଧି, ଗାଁ କଲ୍ୟାଣ ସମିତି ଉଚ୍ଛେଦ, ସହ ଅବସରକାଳୀନ ମାସିକ ଭତା, ମୃତ୍ୟୁକାଳିନ ସହାୟତା ରାଶି, ବିଏସକେୱାଇ କାର୍ଡ ଯୋଗାଇବା, ମିନି ଅଙ୍ଗନୱାଡି କର୍ମୀଙ୍କୁ ସହାକର୍ମୀ ଯୋଗାଇବା, ସହ ସମାନ କାମକୁ ସମାନ ବେତନ ପ୍ରଦାନ କରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନା କରାଯିବ ଏବଂ ଦାବି ପୂରଣ ପାଇଁ ଆଗାମୀ ଦିନରେ ଦୃଢତାର ସହ ଆନ୍ଦୋଳନକୁ ଓହ୍ଳାଯିବ ବୋଲି ରାଜ୍ୟ ସଭାନେତ୍ରୀ ଶ୍ରୀମତି ପଣ୍ଡା ପ୍ରକାଶ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଳାର ପଦ୍ମପୁର ବ୍ଳକର ସଭାନେତ୍ରୀ ଯାଜ୍ଞସେନୀ ପାତ୍ର, ଗୁଣପୁରର ଯଶସ୍ୱନୀ ମହାପାତ୍ର, ବିଷମକଟକର ସାବିତ୍ରୀ ଦଣ୍ଡସେନା, ମୁନିଗୁଡାର ମିନତୀ ତୁଙ୍ଗ, ରାମନାଗୁଡାର ଜୟନ୍ତୀ ଗମାଙ୍ଗ, ରାୟଗଡାର ଗୀତା ହିମିରିକା, କଲ୍ୟାଣସିଂହପୁରର ପଦ୍ମିନୀ ବେହେରା, କୋଲନରାର ମମତା ଗନ୍ତାୟତ ପ୍ରମୁଖ ବ୍ଳକ ସଭାନେତ୍ରୀ ଓ କର୍ମୀମାନେ ଯୋଗ ଦେଇଥିବା ବେଳେ ଜିଲ୍ଳା ସଂପାଦିକା ସନ୍ଧ୍ୟାରାଣୀ ବାରିକ ବିବରଣୀ ପଠନ କରିଥିଲେ ଏବଂ ଜିଲ୍ଳା ସଭାନେତ୍ରୀ ପ୍ରଭାତି ନଳିନୀ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
ସେହିପରି ବିଜୁ ଶ୍ରମିକ ସାମ୍ମୁଖ୍ୟର ଅନନ୍ତ ପାଢୀ, ପ୍ରମୋଦ ସାହୁକାର, ଗୁଣପୁର ଅଙ୍ଗନୱାଡି ସଂଘର ଉପଦେଷ୍ଠା ପ୍ରଦୀପ ଦାସ, ଏ.କିରଣ କୁମାର, ନମିତା ମହାନ୍ତି, ସ୍ନେହଲତା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।