ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅଲ୍ ଓଡିଶା ଡ୍ରାଇଭର ମହାସଂଘ ନର୍ଲା ଶାଖାର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ବିମନ୍ତ ପଧାନଙ୍କ ଅଧ୍ୟକ୍ଷତାରେ ନର୍ଲା ହାଇସ୍କୁଲ ଖେଳ ପଡିଆଠାରେ ଆୟୋଜିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବରେ ନର୍ଲା ଥାନାଧିକାରୀ ଗଙ୍ଗାଧର ମେହେର, ସମ୍ମାନିତ ଅତିଥି ଭାବେ ସବ୍ ଇନ୍ସପେକ୍ଟର ବଂଶୀଧର ସାମଲ ଯୋଗଦେଇ ଡ୍ରାଇଭର ମାନଙ୍କ କର୍ତ୍ତବ୍ୟ ଓ ଦାଇତ୍ୱ ସଂପର୍କରେ ଆଲୋକପାତ କରିଥିଲେ। ବିଶେଷ କରି ମଦପିଇ ଗାଡି ଚଳାଇଲେ କ’ଣ ସବୁ କ୍ଷୟକ୍ଷତି ହେଉଛି। ଏହା ନିଜ ପାଇଁ, ଯାତ୍ରୀ ପାଇଁ ଓ ସମାଜ ପାଇଁ କେତେ ବିପଦ ସେ ବିଷୟରେ ଅତିଥିମାନେ ଆଲୋଚନା କରିବା ସହ ମଦପିଇ ଗାଡି ନଚଲାଇବା ପାଇଁ ସମସ୍ତ ଡ୍ରାଇଭର ମାନଙ୍କୁ ଅନୁରୋଧ କରିଥିଲେ।
ସଭା ପ୍ରାରମ୍ଭରେ ସଭାପତି ଶ୍ରୀ ପଧାନ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ବୈଠକର ଆଭିମୁଖ୍ୟ ପ୍ରତିପାଦନ କରିଥିଲେ। ଏଥିରେ ନର୍ଲା ବ୍ଲକ ଡ୍ରାଇଭର ମହା ସଂଘର ୭୦୦ ରୁ ଉର୍ଦ୍ଧ୍ବ ସଦସ୍ୟ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସଭାପତି ଶ୍ରୀ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।