ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଆଦିବାସୀ ସଂଘର ନୂଆଖାଇ ଭେଟଘାଟ ପାଇଁ ବ୍ଲକ କମିଟି କର୍ମକର୍ତ୍ତା ଓ କାର୍ଯ୍ୟ ନିର୍ବାହୀ ସଦସ୍ୟ ମାନଙ୍କୁ ନେଇ ବ୍ଲକ ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀଙ୍କ ନେତୃତ୍ୱରେ ପେସିଫିକ ପବ୍ଲିକ ସ୍କୁଲରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଦେବାଦେବୀଙ୍କ ନିକଟରେ ଦୀପ ପ୍ରଜ୍ୱଳନ ପରେ ସଭାପତି ଶ୍ରୀ ମାଝୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପଦାଧିକାରୀ ମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା । ଏହାପରେ ସାଙ୍ଗଠାନିକ ଆଲୋଚନା କରାଯିବା ସହ ଆସନ୍ତା ଶନିବାର ତା.୧୭/୯ ଦିନ ନର୍ଲା ବ୍ଲକ ଆଦିବାସୀ ସଂଘର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଉଲିକୁପା ଆମ୍ବତୋଟା ବଜାର ପଡିଆରେ କରାଯିବ ବୋଲି ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ଅନ୍ୟ ପଦାଧିକାରୀ ମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପଦ୍ମନ ପାତ୍ର, ସହ ସମ୍ପାଦକ ଦେବରାଜ ମାଝୀ, ଅସୁରଗଡ କମଲ ମୈଦାନ ସଭାପତି ଅମର ସିଂ ମାଝୀ, ବ୍ଲକ ଉପସଭାପତି ବୀରକିଶୋର ମାଝୀ, ସମ୍ପାଦକ ମାୟାଧର ମାଝୀ, କୋଷାଧ୍ୟକ୍ଷ କିଶୋର ମାଝୀ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ କୁଳମଣି ମାଝୀ, ବ୍ଲକ୍ ସହ ସମ୍ପାଦକ ମାଧବ ନାଏକ, ବରିଷ୍ଠ ସଦସ୍ୟ କ୍ଷୀତିଶ ଚନ୍ଦ୍ର ମାଝୀ, ବରୁଣ ମାଝୀ, କୈଳାସ ମାଝୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।