ଅତିରିକ୍ତ ତହସିଲ କାର୍ଯ୍ୟାଳୟ ସ୍ଥାପନ ଦାବି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ବୋର୍ଡା ଠାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକ ରୋଶନ ଲାଲ ଛତରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଡ଼. ଭବାନୀ ଶଙ୍କର ନିଆଲ ଯୋଗ ଦେଇଥିଲେ । ବୋର୍ଡା ଠାରେ ଅତିରିକ୍ତ ତହସିଲ କାର୍ଯ୍ୟାଳୟ ପ୍ରତିଷ୍ଠା, ନୂତନ ଥାନା ଏବଂ ଉଦନ୍ତି ବ୍ୟାରେଜ ବିଷୟ ଉପରେ ଏହି ବୈଠକରେ ଚର୍ଚ୍ଚା ହୋଇଥିଲା । ଏସବୁ ଦାବି ନେଇ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଦାବିପତ୍ର ପ୍ରଦାନ କରାଯିବାକୁ ବୈଠକରେ ନିଷ୍ପିତ୍ତି ନିଆ ଯାଇଥିବା ଜଣାପଡିଛି । ଏହି ସର୍ବଦଳୀୟ ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ହୃଦାନନ୍ଦ ସାହୁ, ସ୍ଥାନୀୟ ସରପଞ୍ଚ ସଂଜୀବ କୁମାର ମିଶ୍ରଙ୍କ ସମେତ ପ୍ରଦୀପ ଭୋଇ, ରମେଶ ଛୁରା, ତରୁଣୀସେନ ମାଝୀ, ମନୁରାଜ ନାଏକ, ସୁଲ ବାଗ, ବିଟୁ ପ୍ରଧାନ, ନରେଶ ସାହୁ, ରାଧାକାନ୍ତ ସାହୁ, ଦଶରଥ ସାହୁ, ଭଞ୍ଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।