ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ମହତ କାର୍ଯ୍ୟ: ଅସହାୟ ବୃଦ୍ଧାଙ୍କୁ ଡାକ୍ତରଖାନାରେ କଲେ ଭର୍ତ୍ତି

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କେନଝରିଆ ଗ୍ରାମ ପଞ୍ଚାୟତ ଅଚଣ୍ଡା (ମହୁଲପାଲି) ଗାଁର ୭୦ ବର୍ଷିୟ ବୃଦ୍ଧା ସୀତା ମହାନନ୍ଦଙ୍କ ଗୋଡ ବହୁତ ଦିନ ଆଗରୁ ଖଣ୍ଡିଆ ହୋଇ ପଚି ଯାଇଥିଲା ତେଣୁ ସେ ଅତି କଷ୍ଟ ଭୋଗୁଥିଲେ । ଏହି ଘା’ ଏମିତି ସ୍ଥିତିକୁ ଆସି ଯାଇଥିଲା ଯେ, ଅତୀତରୁ ରହି ଆସୁଥିବା ଅନ୍ଧବିଶ୍ୱାସ ପାଇଁ ତାଙ୍କ ପାଖକୁ କେହି ହେଲେ ଯାଉନଥିଲେ । ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ଏହି ଖବର ପାଇବା ପରେ ସୋନପୁରରେ କାର୍ଯ୍ୟରତ ସଂଗଠନର ସଦସ୍ୟ ଚୈତନ୍ୟ, ଜୟଦେବ, ଲିଗଂରାଜ, ପବିତ୍ର, ଦେବାଶିଷ ତାଙ୍କର ପାଖକୁ ପହଞ୍ଚି ପ୍ରାଥମିକ ସେବା ପରେ ତାଙ୍କୁ ବୀରମହାରାଜପୁର ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । ବୃଦ୍ଧା ମହିଳାଙ୍କ ସ୍ବାସ୍ଥ୍ୟ ଠିକ୍ ହେବା ପର୍ଯ୍ୟନ୍ତ ତାଙ୍କର ଦାୟିତ୍ୱ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ନେବ ବୋଲି ଜଣାପଡ଼ିଛି । ସଂଗଠନ ପକ୍ଷରୁ ଏହି ମହାଳାଙ୍କ ପାଇଁ ନିୟମିତ ଆବଶ୍ଯକ ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥା ମଧ୍ଯ କରାଯାଇଛି । ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ଡାକ୍ତରଖାନାରେ ଉପସ୍ଥିତ ରହି ସବୁ କାର୍ଯ୍ୟ ତଦାରଖ କରିଥିଲେ, ତେଣୁ ତାଙ୍କୁ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ପକ୍ଷରୁ ଅଶେଷ ଧନ୍ୟବାଦ ଦିଆଯାଇଛି । ବୃଦ୍ଧା ଜଣକ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଥଇଥାନ କରାଯିବ ବୋଲି ଯୁବା ମଞ୍ଚ ପକ୍ଷରୁ ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.