ଦଶମହାବିଦ୍ୟା ଦୁର୍ଗା ପୂଜା ପାଇଁ ଲଡ଼ୁଗାଁରେ କଳସ ଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦଶ ଦିନାତ୍ମକ ଓ ଦଶମହାବିଦ୍ୟା ଦୁର୍ଗା ପୂଜା ପାଇଁ ଆଜି କୋକସରା ବ୍ଲକ ଲଡ଼ୁଗାଁ ଦୁର୍ଗା ପୂଜା କମିଟି ପକ୍ଷରୁ ଶୁଭକଳସ ଯାତ୍ରା ଏକ ବିରାଟ ପଟୁଆର ରେ ସମାପିତ ହୋଇଯାଇଛି । ସୋମବାର ସକାଲେ କଳସ ଯାତ୍ରା ସହ ମହା ଧ୍ଵଜ ପୂଜା ସହ ଦୀପ ପ୍ରଜଜ୍ୱଳନ, ପ୍ରତି ପଦା ବିହିତ ନ୍ୟାସ୍ ପୂଜା, କୁଣ୍ଡ ସଂସ୍କାର ହୋମ ଆଦି କାର୍ଯ୍ଯକ୍ରମ କରା ଯାଇଥିବା ବେଳେ ସ୍ଥାନୀୟ ମାନଭଙ୍ଗ ସାଗରରୁ ଜଳ ଉଠାଇ କଳସ ଯାତ୍ରା ରେ ଲଡୁ ଗାଁ ସହର ର ଆବାଳ ବୃଦ୍ଧ ବନିତା ସାମିଲ ହୋଇଥିଲେ । ଏକ ଭକ୍ତିମୟ ପରିବେଶ ମଧ୍ୟରେ ନଗର ପରିକ୍ରମା କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଦୁଇଟି ମଣ୍ଡପରେ ପୂଜା ହେବା ସହ ଶୁଭ ସୁବର୍ଣ୍ଣ ଜୟନ୍ତୀ ପାଇଁ ୨୬ ତାରିଖ ସନ୍ଧ୍ୟାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବରଗଡ଼ କଳାକାରଙ୍କ ଦ୍ଵାରା ମୁକ୍ତାକାଶ ରଙ୍ଗମଞ୍ଚ, ୨୮ ତାରିଖ ସ୍ଥାନୀୟ କଳାକାରଙ୍କ ଦ୍ଵାରା ନୃତ୍ୟ ପରିବେଷଣ, ୨୯ ତାରିଖ ନାଟକ ପରିବେଷଣ ୩୦ ତାରିଖ ପାରମ୍ପରିକ ନୃତ୍ୟ ପରିବେଷଣ ୧ ତାରିଖ ନାଟକ ପରିବେଷଣ, ୨ ତାରିଖ ଘୁମୁରା ପ୍ରତିଯୋଗୀତା (ନୂତନ), ୩ ତାରିଖ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତା, ୪ ତାରିଖ ସମ୍ବଲପୁର ମେଲୋଡି, ୫ ତାରିଖ ଘୁମୁରା ପ୍ରତିଯୋଗିତା (ପୁରାତନ) ଅନୁଷ୍ଠିତ ହେବାନେଇ କମିଟି ପକ୍ଷରୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

Udyog Nursery
Udyogi Nursery

ଚଳିତ ବର୍ଷ ପୁଜାକର୍ତା ଭାବେ କମଳ ଅଗ୍ରୱାଲ ସପତ୍ନିକ, ଲକ୍ଷ୍ମଣ ଶବର ସପତ୍ନିକ ଓ ପଙ୍କଜ ଅଗ୍ରୱାଲ (ବଣ୍ଟି) ସପତ୍ନୀକ କର୍ତ୍ତା ଦାୟିତ୍ଵ ତୁଲାଉଛନ୍ତି । ପଣ୍ଡିତ କିଶୋର ଠାକୁର, ଗୋପାଳ ଠାକୁର ଓ ଭବାନୀ ପାଢ଼ୀ ପୂଜକ ଦାଇତ୍ୱ ତୁଲାଇ ଥିବା ବେଳେ ଦୁର୍ଗାପୂଜା କମିଟି ସଭାପତି ପ୍ରଫୁଲ୍ଲ ମାଝୀ ଓ ସମ୍ପାଦକ ଦାୟିତ୍ଵ କହ୍ନେଇ ଚରଣ ଦାସ ତୁଲାଉଛନ୍ତି । ସୁସଜ୍ଜିତ ତୋରଣ ସହ ଆଖି ଝାଳସାଇ ଦେଉଥିବା ଲାଇଟ ସାଜସଜ୍ଜା ମୁଖ୍ୟ ଆକର୍ଷଣ ରହିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.