ଯାଦବ ସମାଜର ବ୍ଳକ ସ୍ତରୀୟ ନୂଆଖାଇ ଭେଟଘାଟ 

ଜାତିଭିତ୍ତିକ ଜନଗଣନା ଉପରେ ଉଠିଲା ଦାବି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ କୋକସରା (ଜଗଦୀଶ ନାଏକ/ହିରଣ୍ୟ ବେହେରା): କଲମପୁର ବ୍ଲକ ମୀନଗୁର ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ସୋମବାର କଲମପୁର ବ୍ଲକ ସ୍ତରୀୟ ଯାଦବ ସମାଜର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସମାଜର ଆରାଧ୍ୟ ଦେବତା ଯଦୁପତି ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା ପରେ ଭେଟଘାଟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

କଲମପୁର ବ୍ଲକ ସଭାପତି କୃଷ୍ଣ ସିଂ ଲହଜଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମହୋଷଧି ବାଗ, ମୂଖ୍ୟବକ୍ତା ଭାବରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସଭାପତି ନୃପରାଜ ଯାଦବ, ସମ୍ମାନିତ ଅତିଥି ପୂର୍ବତନ ଜିଲ୍ଲା ଯାଦବ ମହାସଭା ସଭାପତି ଡମ୍ବରୁଧର ଲହଜଲ, ଉତ୍କଳ ଯାଦବ ମହାସଭା ସମ୍ପାଦକ ଧନେଶ୍ଵର ଭାଟି, ଜିଲ୍ଲା ଯାଦବ ମହିଳା ସଭାନେତ୍ରୀ ଇଲା ସେଲମା, ଜିଲ୍ଲା ଯୁବ ଯାଦବ ସଭାପତି ଗୋବିନ୍ଦ ବନଛୋର, ଉତ୍କଳ ଯାଦବ ମହାସଭା ସାଧାରଣ ସମ୍ପାଦକ କିର୍ତ୍ତନ ନାଏକ, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ନରେନ୍ଦ୍ର ବାଗ, କଲମପୁର ବ୍ଲକ କର୍ମଚାରୀ ସଂଘ ସଭାପତି ତଥା ଶିକ୍ଷାବିତ୍ ପ୍ରଭାକର ଲହଜଲ, କଲମପୁର ବ୍ଲକ ଜୋନ୍ ନଂ ୨ ଜିଲ୍ଲା ପରିଷଦ ସଭ୍ୟା ନିବେଦିତା ହଂସ, ବ୍ଳକ ସମ୍ପାଦକ ସୁଧୀର ବାଗ, ମିନଗୁର ଆଞ୍ଚଳିକ ସଭାପତି ଶ୍ରୀଧର ନାଗ ପ୍ରମୁଖ ମଞ୍ଚାସିନ ହୋଇଥିଲେ ।

Udyog Nursery
Udyogi Nursery

ଏହି ଅବସରରେ କଲମପୁର ବ୍ଲକ ଯାଦବ ଭବନ ପାଇଁ ଜମି ଦାନ କରିଥିବା ସ୍ବର୍ଗତ କଷ୍ଟି ହଂସଙ୍କ ଦୁଇ ପୁତ୍ର ହାତିରାମ ହଂସ ଓ ସିତାରାମ ହଂସଙ୍କୁ ସମାଜ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ସେହିପରି ବିଭିନ୍ନ ବ୍ଳକରୁ ଆସିଥିବା ସଭାପତି, ନିର୍ବାଚିତ ଜନପ୍ରତିନିଧି, ସାମ୍ବାଦିକ ଓ ଅନ୍ୟାନ୍ୟ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହାପରେ ଅତିଥି ମାନଙ୍କ ଦ୍ଵାରା ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ସମାଜ ଭିତରେ ଭାଇଚାରା ସୃଷ୍ଟି କରିବା, ଶିକ୍ଷାର ବିକାଶ, ସମାଜର ସଂସ୍କୃତି ଓ ପରମ୍ପରା ବଜାୟ ରଖିବା ସହ ଶିକ୍ଷା, ରାଜନୈତିକ, ଚାକିରୀ କ୍ଷେତ୍ରରେ ସଂଗ୍ରକ୍ଷଣ ଓ ଜାତିଭିତ୍ତିକ ଜନଗଣନା ଉପରେ ଦାବି ଉଠିଥିଲା ।

କାର୍ଯ୍ୟକ୍ରମରେ କଲମପୁର ବ୍ଳକ ସମ୍ପାଦକ ସୁଧିର ରଞ୍ଜନ ବାଗ, କୋଷାଧ୍ୟକ୍ଷ ଅଭିମନ୍ୟୁ ବାଗ, ଉପସଭାପତି ଡମ୍ବରୁଧର ନାଗ, ସହ ସମ୍ପାଦକ ପ୍ରଶାନ୍ତ କଙ୍କରିଆ, ମୀନଗୁର ଆଞ୍ଚଳିକ ସଭାପତି ଶ୍ରୀଧର ନାଗ, ପଣ୍ଡିଗାଁ ଆଞ୍ଚଳିକ ସଭାପତି ଗଙ୍ଗାରାମ ବାଗ, ବନ୍ଧକନା ଆଞ୍ଚଳିକ ସଭାପତି ସତ୍ୟବାନ୍ ବାଗ, ଲୋପାମୁଦ୍ରା ଲହଜଲ, ଫୋଲତୋଲା ନାଗ, ଜିଲ୍ଲା ଯୁବ ଯାଦବ ମହାସଭା ଉପସଭାପତି ଡାକେଶ୍ବର ଲହଜଲ, ସମ୍ପାଦକ ଲିଙ୍ଗରାଜ ବେହେରା, ଧର୍ମଗଡ଼ ବ୍ଳକ ଯାଦବ ସଭାପତି ତଥା ଜୋନ୍ ନଂ ୨ ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଯୁଏଡ,

ଧର୍ମଗତ ବିଧାୟକଙ୍କ କୋକସରା ବ୍ଲକ ପ୍ରତିନିଧି ମାନସ ରଞ୍ଜନ ବାଗ, ଗୋଲାମୁଣ୍ଡା ବ୍ଲକ ଯାଦବ ସଭାପତି ଗୀରିଧାରି ତେଜି, କୋକସରା ବ୍ଲକ ଯାଦବ ସଭାପତି ବିନୋଦ ରାଉତ, ପୂର୍ବତନ ଜିଲ୍ଲା ଯୁବ ଯାଦବ ସଭାପତି ଲକ୍ଷ୍ମୀରଞ୍ଜନ ବାଗ ସମେତ ବିଭିନ୍ନ ଆଞ୍ଚଳିକ ସଭାପତି ଓ ଅନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ । ବଡକୁଟ୍ରୁ ଆଞ୍ଚଳିକ ଯାଦବ ସଭାପତି ତଥା ଧର୍ମଗତ ବିଧାୟକଙ୍କ କଲମପୁର ପ୍ରତିନିଧି ସଦାନନ୍ଦ ଚନ୍ଦନ ମଞ୍ଚ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.