ସବୁଜିମାର ସ୍ୱର ସାହିତ୍ୟ ପରିବାର ପକ୍ଷରୁ ବିଶ୍ଵ ଖାଦ୍ୟ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଟକ: ସ୍ଥାନୀୟ ଗୋପବନ୍ଧୁ ପାର୍କ ପରିସରରେ ସବୁଜିମାର ସ୍ୱର ସାହିତ୍ୟ ପରିବାର ତରଫରୁ ବିଶ୍ଵ ଖାଦ୍ୟ ଦିବସ ପାଳିତ ହୋଇ ଯାଇଛି । କଟକର ମେୟର ସୁବାସ ସିଂହ ଏହି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିବାସହ ସରକାରୀ ଉଦ୍ୟମରେ କିଭଳି ସମସ୍ତଙ୍କ ପାଖରେ ଖାଦ୍ୟ ପହଞ୍ଚି ପାରିବ ସେନେଇ ଆଲୋକପାତ କରିଥିଲେ । ଏହାସହ କ୍ଷୁଧା ମୁକ୍ତ ସମାଜ ଗଠନ ପାଇଁ ସେ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ମୁଖ୍ୟ ଅତିଥି ଭାବେ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ ସେକ୍ରେଟାରୀ ଶ୍ରୀକାନ୍ତ ତରାଇ ଯୋଗଦେଇ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ଉପରେ ମତବ୍ୟକ୍ତ କରିଥିଲେ ।

Omkar Vasthu
Omkar Vasthu


ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ଡାକ୍ତର ଦୀନବନ୍ଧୁ ମହାରଣା ଓଷଧୀୟ ବୃକ୍ଷର ଉପକାରିତା ଏବଂ ଖାଦ୍ୟ ସୁରକ୍ଷା ଉପରେ ବିଶେଷ ମତ ରଖିଥିଲେ । ସମ୍ମାନିତ ବକ୍ତା ନାରାୟଣ ଚନ୍ଦ୍ର ସେନାପତି ପରିବେଶର ସୁରକ୍ଷା ଉପରେ ପ୍ରେରଣତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଅତିଥି ଭାବେ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଡ଼କ୍ଟର ସତ୍ୟ ରାୟ, ଶ୍ରଦ୍ଧାଞ୍ଜଳୀ ରାୟ, କାମାକ୍ଷା ପ୍ରସାଦ ମହତାବ, ପଣ୍ଡିତ ନୀଳକଣ୍ଠ ରାଉତ, ପ୍ରଦୀପ କୁମାର ପଟ୍ଟନାୟକ, ଡ଼କ୍ଟର ରବୀନ୍ଦ୍ର ବିହାରୀ, ବରଦା ପ୍ରସନ୍ନ ଦାସ, ଡ଼ଃ. ଦୀପାୟନ ପଟ୍ଟନାୟକ, ଅଜୟ କୁମାର ପଣ୍ଡା, ଲକ୍ଷ୍ମଣ ସାହୁ ଏବଂ ଡ. ସେକ କଲିମୁଲ୍ଲା ଯୋଗଦେଇ ବିଶ୍ଵ ଖାଦ୍ୟ ସଙ୍କଟ ଏବଂ ଏହାର ସମାଧାନ ଉପରେ ବକ୍ତବ୍ୟ ରଖିଥିଲେ ।

Pearl dental clinic
Near Ashish Medical Store, Bhawanipatna


ଏହି ଅବସରରେ ପୁଷ୍କରିଣୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ସମସ୍ତ ଅତିଥି ଉତ୍କଳମଣି ଗୋପବନ୍ଧୁ ପାର୍କ ପରିସରରେ ବୃକ୍ଷ ରୋପଣ କରି ସବୁଜିମା ସୃଷ୍ଟି ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ । ଉତ୍କଳମଣିଙ୍କ ପ୍ରତିମୃତ୍ତିରେ ସମସ୍ତ ଅତିଥି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Udyog Nursery
Udyogi Nursery


ସବୁଜିମା ପାଇଁ ସଚେତନତା ବାର୍ତ୍ତା ପ୍ରଚାର କରିଥିବାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୪୦ଜଣ କବିଙ୍କୁ ସବୁଜ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଦଶ ଜଣ ପରିବେଶବିତ୍ ଓଡ଼ିଶାର ନାମକୁ ଜାତୀୟସ୍ତରରେ ପରିପ୍ରକାଶ କରିଥିବାରୁ ଏବଂ ଅଠର ଜଣ ମାଳି କଟକ ସହରରେ ଚାରୋଟି ପାର୍କରେ ଦୀର୍ଘ ଦିନ ଧରି ଯୋଡ଼ି ହୋଇ କାମ କରି ସବୁଜିମାର ସାଧକ ସାଜିଥିବାରୁ ସେମାନଙ୍କୁ ସବୁଜ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା । ଆଠଗୋଟି ଆଦର୍ଶ ସାମାଜିକ ସଂଗଠନ ନିଜ ପ୍ରଚେଷ୍ଟାରେ ସବୁଜିମାର ବଳୟ ସୃଷ୍ଟି କରିଥିବାରୁ ସେମାନଙ୍କୁ ସବୁଜ ଶ୍ରୀ ସମ୍ମାନ ପ୍ରଦାନ କରାଯାଇଥିଲା ।


ପଚିଶ ଜଣ କବି ବିଶ୍ଵ ଖାଦ୍ୟ ଦିବସ ଏବଂ ପରିବେଶ ସମ୍ପର୍କିତ କବିତା ପାଠ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ବିରେନ୍ଦ୍ର କୁମାର ଜେନା, ଭରତ ମିଶ୍ର , ଚିତ୍ତରଞ୍ଜନ ମହାନ୍ତି ଏବଂ ଉପସଭାପତି ସାଗର କୁମାର ସାମନ୍ତରାୟ ଉପସ୍ଥିତ ଥିଲେ । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଡ଼. ସଂଗ୍ରାମ କେଶରୀ ସାମନ୍ତରାୟ ଅତିଥି ପରିଚୟ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.