ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଓଡିଶା ଡିପ୍ଲୋମା ଇଂଜିନିୟର୍ସ ସେବା ସଂଘ ରାୟଗଡା ଡିସିର ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସିଇସି ପ୍ରତିନିଧି ଇଂ. ମୀହିର କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅତିରିକ୍ତ ସଂଘର ଆଞ୍ଚଳିକ ସମ୍ପାଦକ ଏ. ସନ୍ମୁଖା କୁମାର ପାତ୍ର ଉପସ୍ଥିତିରେ ବିଭିନ୍ନ ସମସ୍ୟା ଆଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ବିଶେଷ କରି ପୁରୁଣା ପେନ୍ସନ୍ ଲାଗୁ କରିବା, ଚାକିରୀ ପ୍ରାରମ୍ଭରୁ ଏରିୟର ଗୁଡିକ ଲାଗୁ କରି ପ୍ରଦାନ କରିବା ଆଦିକୁ ସରକାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ବୈଠକ ଶେଷରେ ରାୟଗଡା ଡିସିର ନୂତନ ସଂଘ ୨୦୨୨-୨୩ ନିମନ୍ତେ ନିର୍ବାଚନ ହୋଇଥିଲା । ଉପଦେଷ୍ଠା ଭାବେ ରାମଚନ୍ଦ୍ର ସୂତାର ମନୋନୀତ ହୋଇଥିବା ବେଳେ ସଭାପତି ଭାବେ ଇଂ. ପ୍ରଶାନ୍ତ କୁମାର ବେହେରା, ଉପସଭାପତି ଭାବେ ଇଂ. ଗୌରୀ ଶ୍ୟାମ ନାୟକ, ସମ୍ପାଦକ ଭାବେ ଇଂ. ଲକ୍ଷ୍ମୀ ନାରାୟଣ ମିଶ୍ର, ସହସମ୍ପାଦକ(ଅର୍ଥ) ଇଂ.ଗିରିଜା ଶଙ୍କର ପତି, ସହସମ୍ପାଦକ (ସଂଗଠନ) ନିମନ୍ତେ ଇଂ.ଜୟପ୍ରକାଶ ନାରାୟଣ ଭଟ୍ଟରାୟ, ଅଭିଲେଖକ ଭାବେ ଇଂ. ସ୍ୱାଗତିକା ଚୁଆଲସିଂ, କାର୍ଯ୍ୟନିର୍ବାହୀ ସଭ୍ୟସଭ୍ୟା ଭାବେ ଇଂ. ଅମ୍ବିକା ପ୍ରସାଦ ଦାସ, ଇଂ. ଜଦୁନାଥ ରଇତ, ଇଂ. ଅଶୋକ କୁମାର ନାୟକ, ଇଂ. ନିରଞ୍ଜନ ବେହେରା, ଇଂ. ଦୁଷ୍ମନ୍ତ କିଶାନ, ଇଂ. ଦୀନବନ୍ଧୁ ବେହେରା ପ୍ରମୁଖ ମନୋନୀତ ହୋଇ ନିର୍ବାଚିତ ହୋଇଥିବାର ସୂଚନା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଡିପ୍ଲୋମା ଇଂଜିନିୟର୍ସ ସେବା ସଂଘର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।