ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ସାଧାରଣ ଲୋକେ କିପରି ସହଜ ରେ ଆଇନ ସହାୟତା, ବାଲ୍ୟବିବାହ ଦ୍ୱାରା ବିଭିନ୍ନ ଅସୁବିଧା, ମାଦକ ଦ୍ରବ୍ୟ ସେବନ କରିବା, ହେଲମେଟ ଓ ସିଟବେଲ୍ଟ ବ୍ୟବହାର କରିବା, ଟ୍ରାଫିକ ନିୟମ ମାନିବା ଏସବୁ ପ୍ରତି ସଚେତନ କରିବାକୁ ଶନିବାର କଲାହାଣ୍ଡି ଜିଲ୍ଲା କୋକସରାବ୍ଳକକାଉଡୋଲା ଗ୍ରାମପଞ୍ଚାୟତ କୁମୁଡାମୁଣ୍ଡା ଏବଂ ବଡପୋଡା ଗୁଡା ଠାରେ ପାନ ଇଣ୍ଡିଆ ଆୱାରନେସ ମାଧ୍ୟମରେ କୋକସରା ତାଳୁକ ଆଇନ ସେବାସମିତି ପକ୍ଷରୁଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ମଧ୍ୟାହ୍ନ ରେ କୁମୁଡାମୁଣ୍ଡା ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ୱ।ର୍ଡ ସଭ୍ୟା ଉକିଆ ମେହେର , ଭୁବନେଶ୍ୱର ନାଏକ , ମାଧବ ନାଏକ ,ଥବିର ପୁଝାରୀ ସନ୍ତୋଷ ଅଧିକାରୀ ,ଅର୍ଜୁନ ସତନାମୀ ଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ଏବଂ ମହିଳା ମାନେ ଉପସ୍ଥିତ ଥିଲେ। ପରେ ଅପରାହ୍ନ ସମୟରେ ବଡପୋଡାଗୁଡା ପଞ୍ଚାୟତ ତଲାଗାଁ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମଧ୍ୟ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜମୁନା ନାଏକ , ସରପଞ୍ଚ ପ୍ରତିନିଧି ଧରମା ନାଏକ , ରୁଦ୍ରଶେଖର ନାଗ ,ଗରୁଡ ଦଳପତି , ଜଗଦୀଶ ନାଏକ ,ଜୟଶଙ୍କର ମାଝୀ , ଲବ ନାଏକ ,ଚିତ୍ତରଞ୍ଜନ ନାଏକ ଙ୍କ ସମେତ ଅନେକ ମହିଳା ଓ ପୁରୁଷ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ମାନଙ୍କରେ ଆଇନ ଜିବୀ ଲକ୍ଷୀଧର ମେହେର ଯୋଗ ଦେଇ ତାଳୁକ ଆଇନ ସେବା ସମିତିର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ଉପରେ ଜନସାଧାରଣ ଙ୍କୁ ବୁଝାଇ ଥିବା ବେଳେ କୋକସରା ତାଳୁକ ଆଇନ ସେବାସମିତି ପି,ଏଲ୍,ଭି, ଚକ୍ରଧର ବେଶ୍ରା ଯୋଗଦେଇ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।