ସିନାପାଲି ୨୫୧ କୁଣ୍ତୀୟ ଗାୟତ୍ରୀ ଯଜ୍ଞର ନିମନ୍ତ୍ରଣ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଆଗାମୀ ଜାନୁଆରୀରେ ଐତିହାସିକ ୨୫୧ କୁଣ୍ତୀୟ ଗାୟତ୍ରୀ ମହାଯଜ୍ଞ ଆୟୋଜିତ ହେବାକୁ ଥିବା ବେଳେ ଏନେଇ ସର୍ବସାଧାରଣ ନିମନ୍ତ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିନାପାଲି ଗାୟତ୍ରୀ ଶକ୍ତିପୀଠ ଆନୁକୂଲ୍ଯରେ ଆୟୋଜିତ ଏହି ନିମଂତ୍ରଣ କାର୍ଯ୍ଯକ୍ରମ ଅବସରରେ ଏକ ଶୋଭାଯାତ୍ରା ସ୍ଥାନୀୟ ଗାୟତ୍ରୀ ମନ୍ଦିର ଠାରୁ ଆରମ୍ଭ ହୋଇ ସହରର ପ୍ରତ୍ଯେକ ପଡ଼ାକୁ ପରିକ୍ରମା କରି ଲୋକଙ୍କୁ ନିମଂତ୍ରଣ କରିବା ସହ ଯଜ୍ଞର ବିଭିନ୍ନ ବିଧିବିଧାନ ବିଷୟରେ ଅବଗତ କରିଥିଲେ । ନିମଂତ୍ରଣ ଶୋଭାଯାତ୍ରାରେ ଯୋଗଦେଇ ଥିବା ଶ୍ରଦ୍ଧାଳୁଙ୍କ ଦ୍ୱାରା ସିନାପାଲି ସହରକୁ ସଫେଇ କରାଯାଇଥିଲା । କାର୍ଯ୍ଯକ୍ରମରେ ନୂଆପଡ଼ା ଜିଲ୍ଲା ସମେତ କାଳାହାଣ୍ତି, ବଲାଙ୍ଗିର ଏବଂ ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ହଜାର ହଜାର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ସୂଚନାଯୋଗ୍ଯ ଯେ, ଏହି ଭବ୍ଯ ମହାଯଜ୍ଞ ନିମନ୍ତେ ଆସନ୍ତା ନଭେମ୍ବର ୧୩ରେ ଭୂମିପୂଜନ ସହ ୨୪୦୦ ଦମ୍ପତ୍ତିକୁ ନେଇ ଏକ ଭବ୍ଯ ସମ୍ମିଳନୀ କାର୍ଯ୍ଯକ୍ରମ ରହିଥିବା ସିନାପାଲି ଶକ୍ତିପୀଠ ତରଫରୁ ସୂଚନା ଦିଆଯାଇଛି । ମହାଯଜ୍ଞକୁ ନେଇ ବ୍ଯାପକ ପ୍ରସ୍ତୁତି ଚାଲିଥିବା ବେଳେ ଏନେଇ ସମଗ୍ର ଅଂଚଳରେ ଖୁବ ଉତ୍ସାହର ବାତାବରଣ ପରିଲିକ୍ଷିତ ହେଉଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.