ନର୍ଲାରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଆବହମାନ କାଳରୁ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ପାଳିତ ହୋଇ ଆସୁଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବ୍ରତୀ ମାନେ ମାସ ସାରା ବଡି ଭୋର ରୁ ବୁଡ ପକାଇ ପୁରାଣ ଶୁଣି ହବିଶ ଅନ୍ନ ଭକ୍ଷଣ କରି କାର୍ତ୍ତିକ ବ୍ରତ ପାଳନ କରିଥାନ୍ତି । ଗତ ଦୁଇ ବର୍ଷ ଧରି କରୋନା ଭୟରେ ଏହି କାର୍ତ୍ତିକ ବ୍ରତ ପାଳନରେ ଟିକେ ଫିକା ପଡିଥିଲା । ଚଳିତ ବର୍ଷ କାର୍ତ୍ତିକ ମାସ ସାରା ଉତ୍ସବ ମୁଖର ହୋଇଉଠିଥିଲା ନର୍ଲା ଅଞ୍ଚଳ । ବିଶେଷ କରି ପଞ୍ଚୁକ ପାଞ୍ଚଦିନ ଧରି ପୁର୍ଣ୍ଣିମା ପର୍ଯ୍ୟନ୍ତ ସ୍ଥାନେ ସ୍ଥାନେ ପୁରାଣ ବସା ଓ ପୁରାଣ ପଠନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ମଙ୍ଗଳବାର ଚନ୍ଦ୍ର ଗ୍ରହଣ ପଡିଥିବାରୁ ସକାଳ ୫.୧୮ ପରେ ପୂଜା ବିଧି ନିଷେଧ ଓ ପାକତ୍ୟାଗ ପାଇଁ ସୂଚିତ କରାଯାଇଥିଲା । ଏଣୁ ପୂର୍ଣ୍ଣିମାର ପୂର୍ବଦିନ ସୋମବାର ରାତିରେ ପୁରାଣ ବସା ର ପୂର୍ଣ୍ଣାହୁତି କରିଥିଲେ ଆୟୋଜକ ମଣ୍ଡଳୀ ବ୍ରତୀମାନେ । ଏହାବାଦ ଚନ୍ଦ୍ର ଗ୍ରହଣ ପାଇଁ ବଡି ବୋର ୩ ଘଣ୍ଟା ସମୟରୁ କାର୍ତ୍ତିକ ବୁଡ ପକାଇ ଲୋକେ ଓଡିଶାର ସଂସ୍କୃତି, ପରମ୍ପରାର ନିଦର୍ଶନ ବୋତ ବନ୍ଦାଣ କରିଥିଲେ । ଚଳିତ ବର୍ଷ ଥଣ୍ଡାର ପ୍ରକୋପ କମ ରହିଥିବାରୁ ଆବାଳ ବୃଦ୍ଧ ବନୀତା ବଡି ଭୋରରୁ କାର୍ତ୍ତିକ ବୁଡ ପକାଇ ବୋଇତ ମେଲାଣି କରି “ଆକାମାବୈ….ପାନଗୁଆ ଥୋଇ” କହି ବୋିତକୁ ମେଲାଣି ଦେଇଥିଲେ । ବିଶେଷ କରି ନର୍ଲାର ସାନ୍ଦୁଲ ନଦୀ କୂଳ ଗାଁ ଗୁଡିକ ମଧ୍ୟରେ ବାଙ୍କେଲ, ସୂଜୀପଡା, ସର୍ଗିଗୁଡା, ଦହଲ, ଭୀମକେଲା, ଲାଖଗୁଡା ପ୍ରଭୃତି ଗାଁ ଗୁଡିକର ବ୍ରତୀ ମାନେ ସାନ୍ଦୁଲ ନଦୀରେ ବୋଇତ ବନ୍ଦାଣ କରିଥିଲେ । ଗାଁ ମାନଙ୍କରେ ରହିଥିବା ବିଭିନ୍ନ ପୁଷ୍କରିଣୀ ଗୁଡିକରେ ମଧ୍ୟ ଲୋକେ ବହୁ ସଂଖ୍ୟାରେ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଥିଲା । ଚଳିତ ବର୍ଷ କରୋନା ଭୟ ନଥିବା ବେଳେ ଶୀତର ପ୍ରକୋପ ନଥିବା ଯୋଗୁଁ ଲୋକେ ଅନେକ ଉତ୍ସାହ ଉଦ୍ଦୀପନା ଓ ଆଗ୍ରହର ସହ କାର୍ତ୍ତିକ ପୂର୍ଣ୍ଣିମା ପାଳନ ସାଙ୍ଗକୁ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.