ଧର୍ମପରାୟଣ ମହିଳା ଗିନ୍ଦୋଡୀ ଦେବୀଙ୍କ ପରଲୋକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଲଡୁଗାଁର ଧର୍ମପରାୟଣ ମହିଳା ଗିନ୍ଦୋଡୀ ଦେବୀଙ୍କ ମଙ୍ଗଳବାର ସକାଳୁ ଲୁଡୁଗାଁ ସ୍ଥିତ ବାସଭବନରେ ପରଲୋକ ହେଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା । ସେ କିଛି ମାସ ହେବ ଅସୁସ୍ଥ ଥିଲେ । ସେ ଜଣେ ଧର୍ମପରାୟଣ ଓ ପରୋପକାରୀ ଦୟାଳୁ ସ୍ବାଭାବର ମହିଳା ଥିଲେ । ତାଙ୍କ ଦେହାନ୍ତ ଖବର ପ୍ରଚାରିତ ହେବା ପରେ ଲଡୁଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ୍ୟୁ ଶଯ୍ୟା ସମୟରେ ତାଙ୍କ ପୁଅ, ବୋହୁ, ନାତି ନାତୁଣୀ ଓ ସମ୍ପର୍କୀୟ ମାନେ ଉପସ୍ଥିତ ଥିଲେ । ମଙ୍ଗଳବାର ସକାଳେ ଲଡୁଗାଁ ମୁକ୍ତିଧାମ ଠାରେ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ପୁଅ ଅଶୋକ ଗୋୟଲ ଓ ପବନ ଗୋୟଲ ମୁଖାଗ୍ନୀ ଦେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.